ଓଡ଼ିଶା ଭାସ୍କର: ମାତା ପିତା ପିଲାମାନଙ୍କୁ ନେଇ ସବୁବେଳେ ଚିନ୍ତିତ । ବିଶେଷ କରି ପିଲାର ଖାଇବା ନେଇ । ଛୁଆମାନେ ନ ଖାଇଲେ ସେମାନଙ୍କୁ ଖୁଇବା ପାଇଁ ମା’ ବାପା ନାନା ପ୍ରକାର ଉପାୟ ପାଞ୍ଚନ୍ତି । ଯେଉଁଥିରୁ ମୋବାଇଲ ଦେଖେଇ ପିଲାଙ୍କୁ ଖୁଇବା ଗୋଟେ । ଆପଣ କ’ଣ ଜାଣିଛନ୍ତି ପିଲାମାନଙ୍କୁ ମୋବାଇଲ ଦେଖେଇ ଖୁଆଇବା କେତେ ଭୁଲ୍ କେତେ ଠିକ୍ । ତେବେ ଚାଲନ୍ତୁ ଜାଣିବା ମୋବାଇଲ ଦେଖେଇ ପିଲାଙ୍କୁ ଖୁଆଇବା ଦ୍ୱାରା ସେମାନଙ୍କ ଉପରେ କି ପ୍ରକାର ପ୍ରଭାବ ପକାଇଥାଏ ।
୧. ପ୍ରତିଦିନ ମୋବାଇଲ ଦେଖେଇବା ଯୋଗୁ ଏହା ଅଭ୍ୟାସରେ ପରିଣତ ହୋଇଯାଏ । ଯେଉଁ କାରଣରୁ ପରବର୍ତ୍ତୀ ସମୟରେ ସେ ବିନା ମୋବାଇଲରେ ଖାଇବାକୁ ରାଜି ହୁଅନ୍ତି ନାହିଁ ।
୨. ସବୁବେଳେ ମୋବାଇଲ ଦେଖିବାକୁ ଜିଦି କରିବେ । ଏହାଦ୍ୱାରା ପିଲାଙ୍କ ଖାଦ୍ୟ ଖାଇବାର ପରିମାଣ ମଧ୍ୟ ପ୍ରଭାବିତ ହୁଏ । ମୋବାଇଲ ଦେଖିବା କାରଣରୁ ସେମାନଙ୍କ ଖୋରାକ ବଢ଼େ ଅବା କମେ । ଯାହା ସେମାନଙ୍କ ପାଇଁ ଆଦୌ ଭଲ ନୁହେଁ ।
୩. ପିଲାଙ୍କୁ ମୋବାଇଲ ଦେଖେଇ ଖାଦ୍ୟ ଖୁଆଇବା ବଡ଼ ଖରାପ ଅଭ୍ୟାସ । ସେମାନଙ୍କ ଖାଦ୍ୟର ପ୍ରକୃତି ଟେଷ୍ଟ ଜଣାପଡ଼େ ନାହିଁ । ସ୍ୱାଦକୁ ନେଇ ତା’ର ଚିନ୍ତାଧାରା ବଦଳିପାରି ନାହିଁ । ସେଥିପାଇଁ ଏକ୍ସପର୍ଟଙ୍କ ମତରେ କେବେ ବି ପିଲାମାନଙ୍କୁ ମୋବାଇଲ ଦେଖେଇ ଖାଦ୍ୟ ଖୁଇବାକୁ ଅଦଭ୍ୟାସ ।
ଆଜିକାଲିର ପିଲା ମୋବାଇଲ ସହିତ ଜଡ଼ିତ । ଛୋଟ ଛୋଟ ପିଲାଙ୍କ ହାତରେ ମୋବାଇଲ । ଚାଲି ନ ଜାଣିବା ଆଗରୁ ମୋବାଇଲ ଚଲେଇବା ଶିଖିଯାଉଛନ୍ତି । ଅନ୍ୟପକ୍ଷେ ଫୋନରେ ଦେଖୁଥିବା ଭିଡିଓର ଖରାପ ପ୍ରଭାବ ମଧ୍ୟ ସେମାନଙ୍କ ଉପରେ ପଡ଼ିବା କମ୍ ବୟସରୁ ଆରମ୍ଭ ହୋଇଯାଏ । ସେଥିପାଇଁ ହସ, ଖେଳରେ ପିଲଶଙ୍କୁ ଖାଦ୍ୟ ଖୁଇବା ଅଭ୍ୟାସ କରନ୍ତୁ । ମୋବାଇଲ ଦେଖେଇ ଖୁଇବାକୁ ଅଭ୍ୟାସ ବନ୍ଦ କରନ୍ତୁ ।