ଗ୍ୱାଲିଓର: ଗ୍ୱାଲିଓର, ସିରୋଲ ଥାନା ଅଞ୍ଚଳରେ ରହୁଥିବା ହୁରାବଲିରୁ ଗୋଟିଏ ଅଜବ ଘଟଣା ସାମ୍ନାକୁ ଆସିଛି । ସେଠାରେ ରହୁଥିବା ଶ୍ରୀକୃଷ୍ଣ ପାଲ (୬୧) ତାଙ୍କ ପୁଅକୁ ରାଗରେ ଗୁଳିମାରିଛନ୍ତି । ତା’ ପୁଣି କୌଣସି ଗୁରୁତ୍ୱପୂର୍ଣ୍ଣ କଥାରେ ନୁହେଁ । ତରକାରୀ ପାଇଁ କୃଷ୍ଣ ରାଗିଯାଇ ଗୁଳିଫୁଟେଇବାକୁ ବାଧ୍ୟ ହୋଇଛନ୍ତି । କୃଷ୍ଣ ତାଙ୍କ ପୁଅ ନରେନ୍ଦ୍ର ସିଂଙ୍କ ସହ ରୁହନ୍ତି । ଖାଇବା ପାଇଁ କୃଷ୍ଣଙ୍କ ଆଗରେ ଖାଇବା ବଢ଼ା ହୋଇ ରଖାଗଲା । ଖାଇବାରେ ଆଳୁ ତରକାରୀ ରନ୍ଧା ହୋଇଥିଲା ଆଉ ସେଥିରେ ପରିବା ପଡ଼ି ନଥିଲା ବୋଲି କଷ୍ଣ ହଠାତ୍ ରାଗିଯାଇଥିଲେ । ଫୌଜରେ ଚାକିରି କରିଥିବା କୃଷ୍ଣ ରାଗିଯାଇ ତାଙ୍କ ବନ୍ଧୁକ ବାହାର କରିଥିଲେ ।
ବନ୍ଧୁକ ଧରି ଆଣିଲା ବେଳକୁ ହଠାତ୍ ଗୁଳି ଫୁଟିଯାଇଥିଲା । ଗୁଳି ତଳେ ଫୁଟି ନରେନ୍ଦ୍ରଙ୍କ ଦେହରେ ବାଜିଥିଲା ଯାହାଫଳରେ ନରେନ୍ଦ୍ର ଆହତ ହୋଇପଡ଼ିଲେ । ଘଟଣାର ସୂଚନା ପାଇ ପୋଲିସ ସେଠାରେ ପହଞ୍ଚିଥିଲା । କୃଷ୍ଣଙ୍କୁ ଅଟକ ରଖିଥିଲା । ଅନ୍ୟପକ୍ଷେ ବାପାଙ୍କ ବିରୋଧରେ ନରେନ୍ଦ୍ର ଅଭିଯୋଗ କରିବାକୁ ଚାହୁଁ ନ ଥିବା କହିଥିଲେ । କୃଷ୍ଣଙ୍କ କହିବା ଅନୁସାରେ ତାଙ୍କୁ ଡାଇବେଟିସ୍ । ଡାକ୍ତର ତାଙ୍କୁ ସବୁଜ ପରିବା ଖାଇବାକୁ କହିଥିବାବେଳେ ନରେନ୍ଦ୍ର କିନ୍ତୁ ପରିବା ସବୁ ନଷ୍ଟ କରୁଛନ୍ତି ପଛେ ଖାଇବା ପରିବା ତରକାରୀ ଦେଉ ନାହାନ୍ତି । ତେବେ ସ୍ଥାନୀୟ ପୋଲିସ ଘଟଣା ତଦନ୍ତ ଚଳାଇଥିବା କହିଛି ।