ଲକ୍ଷ୍ନୌ: ଦିନକୁ ଦିନ ବଜାରରେ ଅପମିଶ୍ରିତ ସାମଗ୍ରୀ ବିକ୍ରି ବୃଦ୍ଧି ପାଉଛି । ଏହା ଦେଖିବାକୁ ଅବିକଳ ଅସଲି ପରି ହୋଇଥିବାରୁ ଗ୍ରାହକକୁ ମଧ୍ୟ ଧୋକା ହୁଏ । ନିରୀହ ଲୋକଙ୍କ ଜୀବନ ସହ ଖେଳୁଛନ୍ତି କିଛି ଲାଭଖୋର ବ୍ୟବସାୟୀ । ନିକଟରେ ଏଭଳି ଏକ ଘଟଣାର ପର୍ଦ୍ଦାଫାଶ ହୋଇଛି ଉତ୍ତର ପ୍ରଦେଶର ବୁଲନ୍ଦ ସହରରେ । ଗତ ୨୦ ବର୍ଷରୁ ଜଣେ ବ୍ୟବସାୟୀ ଲୋକଙ୍କୁ ସିନ୍ଥେଟିକ୍ କ୍ଷୀର ଏବଂ ପନୀର ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଖବର ପାଇ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ(FSSAI) ଉକ୍ତ ବ୍ୟବସାୟୀଙ୍କ ଦୋକାନ ଉପରେ ଚଢ଼ାଉ କରିଥିଲେ । ସେଠାରୁ ଅପମିଶ୍ରଣ ପାଇଁ ସାମଗ୍ରୀ ଜବତ କରିବା ସହ ଉକ୍ତ ବ୍ୟବସାୟୀଙ୍କୁ ଗିରଫ କରିଥିଲେ ।
FSSAI ଅଧିକାରୀଙ୍କ କହିବାନୁଯାୟୀ ଅଭିଯୁକ୍ତ ବ୍ୟବସାୟୀ ଜଣଙ୍କ ଅପମିଶ୍ରିତ କ୍ଷୀର ଏବଂ ପନୀର ପାଇଁ ବ୍ୟବହାର ହେଉଥିବା କେମିକାଲ ବିଷୟରେ କିଛି ସ୍ପଷ୍ଟ ଭାବେ କହିନାହାଁନ୍ତି । ଅପରପକ୍ଷରେ କେବଳ ୫ ମିଲିମିଟର ସହ ୨ ଲିଟର ସିନ୍ଥେଟିକ୍ କ୍ଷୀର ପ୍ରସ୍ତୁତ କରି ହେବ ବୋଲି କହିଥିଲେ । ନକଲି କ୍ଷୀର ସ୍ୱାଦ, ଗନ୍ଧ ଏବଂ ରଂଗରେ ଦେଖିବାକୁ ଅବିକଳ ଅସଲି କ୍ଷୀର ଭଳି । ଏଥିପାଇଁ ସେଥିରେ ବିଶେଷ ସ୍ୱାଦ ଏଜେଣ୍ଟ ବ୍ୟବହୃତ କରାଯାଉଥିଲା । ଏହା ବ୍ୟତୀତ ଅଭିଯୁକ୍ତ ବ୍ୟବସାୟୀଙ୍କ ଉପରେ ସିନ୍ଥେଟିକ୍ କ୍ଷୀର ପ୍ରସ୍ତୁତିର ଫର୍ମୁଲା ନିଜ ଗାଁର ଅନ୍ୟ କ୍ଷୀର ବିକ୍ରେତାଙ୍କୁ କହିଥିବା ଅଭିଯୋଗ ରହିଛି । ଜବତ ସାମଗ୍ରୀ ମଧ୍ୟରେ କାଷ୍ଟିକ୍ ପୋଟାଶ, whey ପାଉଡର, ସୋର୍ବିଟୋଲ, ରିଫାଇନ୍ଡ ସୋୟା ଫ୍ୟାଟ୍ ଇତ୍ୟାଦି ରହିଛି । ବଗତ ୬ ମାସରେ ଅଭିଯୁକ୍ତ ବ୍ୟବସାୟୀ ଜଣଙ୍କ ଏହି ନକଲି କ୍ଷୀର ଉତ୍ପାଦ କେଉଁଠି ବଣ୍ଟନ କରିଛନ୍ତି ଏବଂ ଏହାର କ୍ରେତା କିଏ ସେନେଇ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।
एक होता है मिलावटी, दूसरा होता है नकली। 100% नकली दूध बनाने का डेमो देखिए। कई केमिकल मिलाकर एक सफेद घोल तैयार हुआ। उसे नेचुरल पानी में डाला और दूध बनकर तैयार। इस 1 लीटर केमिकल से 500 लीटर दूध बनता है। फार्मूला बनाने वाला अजय अग्रवाल गिरफ्तार है।
📍बुलंदशहर, उत्तर प्रदेश pic.twitter.com/00tkeujkGM— शिक्षक वाणी (@sirjistp) December 8, 2024