ନୂଆଦିଲ୍ଳୀ: ସୋସିଆଲ ମିଡ଼ିଆ ମେସେଜିଂ ଆପ୍ ହ୍ୱାଟସଆପ୍ ବ୍ୟବହାରୀଙ୍କ ପାଇଁ ଆସିଛି ଏକ ନୂଆ ଅପଡେଟ୍ । ହ୍ୱାଟସଆପ୍ ଏକସଙ୍ଗେ ୪ଟି ନୂଆ ଫିଚର୍ସ ଲଞ୍ଚ କରିଛି । ଏହା ଫଳରେ ଏଣିକି ୟୁଜର୍ସଙ୍କ କଲିଂ କରିବାର ତରିକାରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମରେ ସାରା ଦୁନିଆରେ ହ୍ୱାଟସଆପକୁ ସର୍ବାଧିକ ବ୍ୟବହାର କରାଯାଇଥାଏ । ଏହି ପ୍ଲାଟଫର୍ମରେ ମେଟା ୪ଟି ନୂଆ ଫିଚର୍ସ ଯୋଡ଼ିଛି ।
ଏହି ଫିଚର୍ସ ହ୍ୱାଟସଆପ୍ କଲିଂ ପାଇଁ ଉପଲବ୍ଧ ରହିଛି । କମ୍ପାନୀ ମୁତାବକ, ଏହି ପ୍ଲାଟଫର୍ମରେ ପ୍ରତ୍ୟେକ ଦିନ ୨ ଅରବରୁ ଅଧିକ କଲ୍ସ ସାରା ଦୁନିଆରେ କରାଯାଇଥାଏ । ଶୀତ ଛୁଟି ପୂର୍ବରୁ କମ୍ପାନୀ ହ୍ୱାଟସଆପ୍ ମୋବାଇଲ ଓ ଡେସ୍କଟପ ଭର୍ସନ ପାଇଁ ନୂଆ ଫିଚର୍ସ ଯୋଡ଼ିଛି । ଏହି ଫିଚର୍ସ ଭିଡିଓ ଓ ଭଏସ୍ କଲିଂ ପାଇଁ ଦିଆଯାଇଛି । ହ୍ୱାଟସଆପ୍ ଗ୍ରୁପ୍ କଲିଂରେ ଆପଣମାନଙ୍କୁ ଏବେ ପାର୍ଟିସିମେଣ୍ଟସ ଚୟନ କରିବାର ସୁଯୋଗ ମିଳିବ । ପୂର୍ବରୁ ଗ୍ରୁପ୍ କଲ୍ କଲେ ସମସ୍ତ ଅଂଶଗ୍ରହଣକାରୀଙ୍କୁ କଲ୍ ଯାଉଥିଲା । ମାତ୍ର ଏଣିକି ଗ୍ରୁପର କେତେ ଜଣଙ୍କ ପାଖକୁ କଲ ଯିବ ତାହା ଆପଣ ବାଛି ପାରିବେ । ସେହି କାରଣରୁ ଆପଣଙ୍କ କଲ୍ ଦ୍ୱାରା ଅନ୍ୟମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।
ଏହାଛଡ଼ା ଆପଣଙ୍କୁ ହ୍ୱାଟସଆପ୍ କଲରେ ୧୦ ଇଫେକ୍ଟସର ବିକଳ୍ପ ମିଳିବ । ଏହାଦ୍ୱାରା ଆପଣ କଲିଂରେ ଅନେକ ପ୍ରକାରର ଫିଲ୍ଟର କରିପାରିବେ । ଏହି ପ୍ରକାରର ଫିଚର୍ସ ଇନଷ୍ଟାଗ୍ରାମରେ ପୂର୍ବରୁ ମିଳୁଥିବା ବେଳେ ଏବେ ତାହାକୁ କମ୍ପାନୀ ହ୍ୱାଟସଆପରେ ଯୋଡ଼ିଛି । ଏଣିକି ଆପରଙ୍କୁ ହ୍ୱାଟସଆପ୍ ଡେସ୍କଟପରେ କଲିଂ ଟ୍ୟାବ୍ ମିଳିବ । ଗୋଟିଏ କ୍ଲିକରେ ଆପଣଙ୍କୁ ଏହି ଟ୍ୟାବରେ ଡାୟଲର ଓ କଲିଂ ଲିଙ୍କ କ୍ରିଏଟ ମିଳିବ । ଏଥିସହିତ ହ୍ୱାଟସଆପ କଲରେ ଆପଣଙ୍କୁ ବଢ଼ିଆ ଭିଡିଓ କ୍ୱାଲିଟି ମିଳିବ । ଆପଣ ୧:୧ ରେସିଓରେ କଲ୍ କରିପାରିବେ ।