ନୂଆଦିଲ୍ଲୀ : ପିଏମ୍ କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନର ଅବଧିକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସମସ୍ତ ବର୍ଗର ଭୂମିଧାରୀ ଚାଷୀଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯାଉଛି ।
ପିଏମ୍ କିଷାନ ଯୋଜନାରେ ପଞ୍ଜୀକୃତ ଥାଇ ମଧ୍ୟ ସହାୟତା ରାଶି ପାଇବାରୁ ବଞ୍ଚିତ ହେଉଥିବା ହିତାଧିକାରୀମାନଙ୍କୁ ନିଜ ବ୍ୟାଙ୍କ ଏକାଉଣ୍ଟ ସହିତ ଏନ୍.ପି.ସି.ଆଇ. ଅଧୀନରେ ଆଧାର ଲିଙ୍କ୍ କରିବା, ଜମିଜମା ସମ୍ବନ୍ଧୀୟ ତଥ୍ୟ କୃଷକ ଓଡ଼ିଶା ପୋର୍ଟାଲରେ ଅପ୍ଡେଟ୍ କରିବା ତଥା ପିଏମ୍ କିଷାନ ଡଟ୍ ଜିଓଭି ଡଟ୍ ଇନ୍ ପୋର୍ଟାଲ୍ରେ ଇ-କେୱାଇସି ସଂପୂର୍ଣ୍ଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ଏଥିପାଇଁ ହେଲ୍ପ୍ ଲାଇନ୍ ନମ୍ବର ୧୫୫-୩୩୩ ଜାରି କରାଯାଇଛି ।