ଓଡ଼ିଶା ଭାସ୍କର: ଆଉ କେଇଟା ଦିନ ପରେ ଶେଷ ହୋଇଯିବ ୨୦୨୪ । ଆରମ୍ଭ ହେବ ନୂଆବର୍ଷ, ୨୦୨୫ । ଖୁସି, ଉଲ୍ଲାସ ଓ ଉତ୍ସାହର ସହିତ ନବବର୍ଷକୁ ସ୍ୱାଗତ କରିବା ପାଇଁ ସାରା ବିଶ୍ୱ ଅପେକ୍ଷା କରି ରହିଛି । କିନ୍ତୁ ଏହା ଭିତରେ ଚିନ୍ତା ବଢାଇଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ । ସୋସିଆଲ ମିଡିଆରେ ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ଏବେ ଲୋକଙ୍କ ମନରେ ଭୟ ଖେଳିଯାଇଛି । ୨୦୨୫ରେ ସାରା ପୃଥିବୀ ପାଇଁ ଅନେକ ପ୍ରକାରର ଭୟଙ୍କର ନଜାରା ଦେଖିବ ସାରା ପୃଥିବୀ । ଏ ନେଇ ଭେଙ୍ଗା ବାବା ବହୁ ପୂର୍ବରୁ ଭବିଷ୍ୟବାଣୀ କରି ସାରିଛନ୍ତି ।
ଚର୍ଚ୍ଚାରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ :
- ପାଶ୍ଚାତ୍ୟ ଦେଶର ବିନାଶ: ବାବା ଭେଙ୍ଗା ଯୁଦ୍ଧ ଏବଂ ପାଶ୍ଚାତ୍ୟର ସମ୍ପୂର୍ଣ୍ଣ ବିନାଶର ପୂର୍ବାନୁମାନ କରି କହିଛନ୍ତି, ‘ସିରିଆ ପତନ ହେବା ମାତ୍ରେ ପାଶ୍ଚାତ୍ୟ ଏବଂ ପୂର୍ବ ମଧ୍ୟରେ ଏକ ବଡ଼ ଯୁଦ୍ଧ ଆଶା କର। ବସନ୍ତରେ, ପୂର୍ବରେ ଏକ ଯୁଦ୍ଧ ଆରମ୍ଭ ହେବ ଏବଂ ତୃତୀୟ ବିଶ୍ୱଯୁଦ୍ଧ ହେବ । ପୂର୍ବରେ ଏକ ଯୁଦ୍ଧ ଯାହା ପାଶ୍ଚାତ୍ୟକୁ ଧ୍ୱଂସ କରିବ । ଅନ୍ୟ ଏକ ଭବିଷ୍ୟବାଣୀରେ ସେ କହିଛନ୍ତି ଯେ, ସିରିୟା ଯୁଦ୍ଧର ବିଜେତାଙ୍କ ଚରଣରେ ଶରଣ ନେବ, କିନ୍ତୁ ସେ ବିଜେତା ହୋଇପାରିବ ନାହିଁ ।
- ଏଲିୟନ ଫାଇଟ୍: ମାନବ ସମାଜ ବାହ୍ୟଜଗତ ସହିତ ଯୋଗାଯୋଗ କରିବ, ଯାହା ସମ୍ଭବତଃ ବିଶ୍ୱ ପାଇଁ ସଙ୍କଟ କିମ୍ବା ସର୍ବନାଶର କାରଣ ହୋଇପାରେ।’ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିଲେ, ସେ ଆମେରିକା ସରକାରଙ୍କ ଦ୍ୱାରା ଏଲିୟନମାନଙ୍କ ସହ ଜଡିତ ସମସ୍ତ ଫାଇଲକୁ ସାର୍ବଜନୀନ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏହି ନିଷ୍ପତ୍ତି ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ ପାଇଁ ଉତ୍ସ ପାଲଟିଛି । ତେଣୁ ସୋସିଆଲ ମିଡିଆରେ ଏହି ଭବିଷ୍ୟବାଣୀ ଉପରେ ଆଲୋଚନା ମଧ୍ୟ ତୀବ୍ର ହୋଇଛି।
- ଟେଲିପ୍ୟାଥୀର ବିକାଶ: ବାବା ଭେଙ୍ଗା ଭବିଷ୍ୟବାଣୀ କରିଛନ୍ତି ଯେ, ୨୦୨୫ ସୁଦ୍ଧା ମାନବ ସମାଜ ଟେଲିପ୍ୟାଥୀ ବିକାଶ କରିପାରିବ । ଏହାଦ୍ୱାରା ସିଧାସଳଖ ମସ୍ତିଷ୍କରୁ ମସ୍ତିଷ୍କକୁ ଯୋଗାଯୋଗ କରିବା ସମ୍ଭବ ହୋଇପାରିବ । ଏଲନ୍ ମସ୍କଙ୍କ ବ୍ରେନ ଚିପ୍ ଟେଲିପ୍ୟାଥୀର ଏକ ରୂପ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।
- ଚିକିତ୍ସା କ୍ଷେତ୍ରରେ ବଡ଼ ଉପଲବ୍ଧି: ବାବା ଭେଙ୍ଗା ଏହା ମଧ୍ୟ ଭବିଷ୍ୟବାଣୀ କରିଛନ୍ତି ଯେ, ୨୦୨୫ ମସିହାରେ ବୈଜ୍ଞାନିକ ଏବଂ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ଉପଲବ୍ଧି ହାସଲ କରିପାରିବ । ଏଥିରେ ଟେଲିପ୍ୟାଥୀ ଏବଂ ନାନୋଟେକନୋଲୋଜିରେ ପ୍ରଗତି ଇତ୍ୟାଦି ସଫଳତା ସାମିଲ ରହିଛି ।
୨୦୨୫ ନୂଆବର୍ଷକୁ ସମସ୍ତଙ୍କ ଅପେକ୍ଷା ରହିଛି । କିନ୍ତୁ ଏହି ବର୍ଷରେ ହେବାକୁ ଥିବା କିଛି ଘଟଣା, ଦୁର୍ଘଟଣା ଏବଂ ଅଘଟଣକୁ ନେଇ ବହୁ ପୂର୍ବରୁ ଭବିଷ୍ୟବାଣୀ କରିଛନ୍ତି ବୁଲଗେରିଆର ଅନ୍ଧ ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗା । ବର୍ତ୍ତମାନ ୨୦୨୫ ଆସିବା ପୂର୍ବରୁ ବାବା ଭେଙ୍ଗାଙ୍କ ଏହିସବୁ ଭବିଷ୍ୟବାଣୀ ଖୁବ ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆରେ ଏହିସବୁ ଘଟଣା ଏବଂ ଭବିଷ୍ୟବାଣୀକୁ ନେଇ ଖୁବ ଆଲୋଚନା ହେବାରେ ଲାଗିଛି ।