ଓଡିଶା ଭାସ୍କର- ହାତରେ ଆଉ ୧୬ ଦିନ । ଆସିବ ନୂଆ ବର୍ଷ ୨୦୨୫ । ଆସନ୍ତା ବର୍ଷ ପାଇଁ କିଏ କେତେ ପ୍ଲାନ କରିଛନ୍ତି । ତେବେ ଆଗାମୀ ବର୍ଷ କେମିତି କଟିବାକୁ ଯାଉଛି, ତାକୁ ନେଇ ଅନେକ ଜ୍ୟୋତିଷଙ୍କ ପାଖକୁ ଯାଉଛନ୍ତି । ତେବେ ଜ୍ୟୋତିଷ ଗଣନା ମୁତାବକ, ୨୦୨୫ ପ୍ରଥମ ଦିନରେ ପଡୁଛି ରାଜଯୋଗ । ଏହି ଦିନରେ କେନ୍ଦ୍ର ତ୍ରିକୋଣ ରାଜଯୋଗର ନିର୍ମାଣ ହେଉଛି । ତେବେ କେମିତି ରହିବ ଆସନ୍ତା ବର୍ଷ କେଉଁ ରାଶି ପାଇଁ ଆସନ୍ତୁ ଜାଣିନେବା ।
୨୦୨୫ ମାର୍ଚ୍ଚରେ ଶନି ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛି । ଏହାର ସକାରାତ୍ମକ ପ୍ରଭାବ ୪ ରାଶି ଉପରେ ପଡିବ । ତେବେ କେଉଁ ରାଶି ଶନିଙ୍କ ନିଜ ରାଶିକୁ ଯିବା ଦ୍ୱାରା ଫାଇଦାରେ ରହୁଛନ୍ତି ଓ କେତେ ଲାଭ ମିଳୁଛି ତାହା ଆସନ୍ତୁ ଜାଣିବା ।
ମେଷ ରାଶି- ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ୨୦୨୫ ବିଶେଷ ହେବାକୁ ଯାଉଛି । ୨୦୨୫ରେ ମେଷ ରାଶିର ଜାତକଧାରୀ ବ୍ୟବସାୟରେ ବହୁତ ଭଲ ଲାଭ ପାଇବାର ଯୋଗ ରହିଛି । ଏମାନଙ୍କୁ ଅଚାନକ ଧନ ଲାଭ ହେବାର ବହୁ ସମ୍ଭାବନା ରହିଛି । ଚାକିରି କରିଥିବା ଲୋକଙ୍କର ପ୍ରମୋଶନ ହୋଇପାରେ । ଏହି ରାଶିର ଅବିବାହିତଙ୍କ ବିବାହର ଯୋଗ ରହିଛି ୨୦୨୫ରେ ।
ତୁଳା ରାଶି- ତୁଳା ରାଶିର ଲୋକଙ୍କ ପାଇଁ ଏହି ବର୍ଷଟି ଅଦ୍ଭୂତପୂର୍ବ ସଫଳତା ମିଳିବ । ବ୍ୟବସାୟ, ବାଣିଜ୍ୟରେ ବହୁ ଲାଭ ଓ ବୃଦ୍ଧିର ଯୋଗ ରହିଛି । ବହୁ ଦିନରୁ ଅଟକିଥିବା କାମ ପୂରା ହେବ । ଅର୍ଥ ଲାଭର ଯୋଗ ମଧ୍ୟ ରହିଛି ତୁଳା ରାଶିପାଇଁ । ୨୦୨୫ରେ ଧର୍ମ କର୍ମରେ ତୁଳା ରାଶି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇ ଜୀବନ ଉକ୍ରର୍ସ ହେବ ।
ମକର ରାଶି- ମକର ରାଶିର ଲୋକଙ୍କ ପାଇଁ ଆସନ୍ତା ବର୍ଷ ହେବାକୁ ଯାଉଛି ସ୍ୱପ୍ନର ବର୍ଷ । ଏହି ବର୍ଷରେ ପ୍ରତି କ୍ଷେତ୍ରରେ ମକର ରାଶିର ବ୍ୟକ୍ତିଙ୍କୁ ମିଳିବ ସୁଫଳ । ଅର୍ଥ ଲାଭ ସହ ସଫଳତା ଏମାନଙ୍କ ପାଇଁ ଅପେକ୍ଷା କରିଛି । ସମାଜରେ ମାନ ସମ୍ମାନ ମଧ୍ୟ ବୃଦ୍ଧିପାଇବ ।
କୁମ୍ଭ- କୁମ୍ଭରାଶିର ଜାତକଧାରୀଙ୍କ ପାଇଁ ଦୀର୍ଘ ବର୍ଷ ପରେ ଭଲ ସମୟ ଆସିବାକୁ ଯାଉଛି । ଏମାନଙ୍କର ୨୦୨୫ରେ ଧର୍ମ କାମରେ ରୁଚି ବୃଦ୍ଧି ପାଇବ । ବୁଧଙ୍କ ବିଶେଷ କୃପାରୁ ଚାକିରିରେ ଉନ୍ନତି ଘଟିବ । ଏମାନଙ୍କ ଘରକୁ କୌଣସି ନୂଆ ଅତିଥିର ଆଗମନ ଯୋଗ ରହିଛି ୨୦୨୫ରେ ।