ଚତୁର୍ଥୀ ରାତିରେ କନ୍ୟା ମାଗିଲା ଏମିତି ଜିନିଷ, ରାତି ନ ପାହୁଣୁ ଘର ଆଗରେ ପୋଲିସ, ବର ଲଗାଇଲା ସାଙ୍ଘାତିକ ଅଭିଯୋଗ …

ସହାରନପୁର- ଉତ୍ତର ପ୍ରଦେଶର ସହାରନପୁରରେ ଜଣଙ୍କ ଚତୁର୍ଥୀ ରାତିରେ ଏମିତି ହେଲା ହଙ୍ଗାମା କି ରାତି ନ ପାହୁଣୁ ପୋଲିସ ଆସି ଘର ଆଗରେ । ପୋଲିସ ଡକାଇ ବର କନ୍ୟା ନାଁରେ ଆଣିଲା ସାଙ୍ଘାତିକ ଅଭିଯୋଗ ।

ସୂଚନା ମୁତାତବକ, ସହାରନପୁର ଜିଲ୍ଲାର ପୁରୁଣା କଲୋନୀରେ ଜଣେ ବ୍ୟକ୍ତିର ଚତୁର୍ଥୀ ଥିଲା । ଏହି ବହୁ ପ୍ରତୀକ୍ଷିତ ରାତିରେ କନ୍ୟାର ମୁହଁ ଚାହାଁ ନୀତି ପାଇଁ କନ୍ୟା ବରକୁ ବିୟର ଓ ଗଞ୍ଜେଇ ସହ ନନଭେଜ ଚାଖଣା ମାଗିଦେଲା । ଏହା ପରେ ଉଭୟଙ୍କ ମଧ୍ୟରେ ମିଳନ ହେବ କଣ ହୋଇଗଲା ହଙ୍ଗାମା । କଥା ପୋଲିସ ନିକଟରେ ପହଞ୍ଚିଗଲା । ପୋଲିସ ସକାଳୁ ସକାଳୁ ସେହି ଘରେ ପହଞ୍ଚି ଉଭୟଙ୍କ ଭିତରେ ବୁଝାମଣା କରିବାକୁ ଚେଷ୍ଟା କଲା । ମନମାଳିନ୍ୟ ଭୁଲି ଉଭୟ ନୂଆ ଦାମ୍ପତ୍ୟ ଆରମ୍ଭ କରିବାକୁ ଦେଲା ପରାମର୍ଶ । ହେଲେ ବର ବୁଝିବାକୁ ନାରାଜ ।

ବର କହିଲା ସେ ଯାହାକୁ ବିବାହ କରିଛି ସେ କୌଣସି ସାମାନ୍ୟ ମହିଳା ନୁହେଁ । ବରଂ ଜଣେ ହିଞ୍ଜଡା । ତାକୁ ଫସେଇ ଦିଆଯାଇଛି । ଝିଅ ବଦଳରେ ଗୋଟେ ହିଞ୍ଜଡାକୁ ବିବାହ କରିଦେଲେ । ତେବେ ବହୁ ବୁଝାଶୁଝା ପରେ ମାମଲା ଥଣ୍ଡା ପଡିଥିଲା ।