ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ (ନାଲକୋ) ତରଫରୁ ୫୧୮ଟି ଅଣ-କାର୍ଯ୍ୟନିର୍ବାହୀ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ । ଡିସେମ୍ବର ୩୧ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ୨୧ରେ ସମାପ୍ତ ହେବ । ଏଥିରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଆଇଟିଆଇ / ଡିପ୍ଲୋମା / ବି.ଏସସି (ପ୍ରାସଙ୍ଗିକ ବିଭାଗ) ପାସ୍ କରିଥିବା ଆବଶ୍ୟକ ।
୨୦୨୫ ମସିହା ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୭ରୁ ୩୫ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଜେନେରାଲ / ଓବିସି (ଏନସିଏଲ) / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କୁ ୧୦୦ ଟଙ୍କାର ଆବେଦନ ଫିସ୍ ଭରିବାକୁ ପଡ଼ିବ । ଏସସି / ଏସଟି / ପିଡବ୍ଲ୍ୟୁବିଡି / ଏକ୍ସ-ସର୍ଭିସମେନ / ଲ୍ୟାଣ୍ଡ ଆଉଷ୍ଟେଡ / ଇଣ୍ଟରର୍ନାଲ ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ଫାର୍ମାସିଷ୍ଟ, ନର୍ସ, ଲ୍ୟାବୋରେଟୋରୀ ଟେକ୍ନିସିଆନ, ଡ୍ରେସର କମ୍ ଫାଷ୍ଟ ଏଡର, ମାଇନିଂ ମେଟ, ଜିଓଲୋଜିଷ୍ଟ, ଅପରେଟର ଆଦି ପଦରେ ନିଯୁକ୍ତି ଦିଆଯିବ ।
ନୋଟିଫିକେସନ ଲିଙ୍କ: https://mudira.nalcoindia.co.in/iorms/Uploaded_Data/Advertisement/638702412164203980_12240214.pdf