ଧୋକା ଦେବା ପଡ଼ିଲା ମହଙ୍ଗା: ଗୁପ୍ତାଙ୍ଗ କାଟିଦେଲେ ପ୍ରେମିକା, ଏବେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ପ୍ରେମିକ

ମୁଜାଫରନଗର: ଉତ୍ତର ପ୍ରଦେଶ ମୁଜାଫରନଗରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ପ୍ରେମିକା ନିଜ ପ୍ରେମିକର ଗୁପ୍ତାଙ୍ଗ କାଟି ଗିରଫ ହୋଇଛନ୍ତି । ପ୍ରେମିକା ପ୍ରଥମେ ଫୋନ କରି ହୋଟେଲରେ ଦେଖା କରିବା ପାଇଁ ପ୍ରେମିକଙ୍କୁ ଡାକିଲା । କୌଣସି କଥାକୁ ନେଇ ଦୁହିଁଙ୍କ ଭିତରେ ବଚସା ହେଲା । ଏହାପରେ ପ୍ରେମିକା ଜଣକ ପ୍ରେମିକର ଯୌନାଙ୍ଗକୁ ଧାରୁଆ ଅସ୍ତ୍ରରେ କାଟିଦେଲା ।

ପୋଲିସ ସୂଚନା ମୁତାବକ ଉଭୟ ପ୍ରେମିକା ଓ ପ୍ରେମିକ ୮ ବର୍ଷ ହେବ ସମ୍ପର୍କରେ ରହିଛନ୍ତି । ମହିଳାଙ୍କ ବୟାନ ଅନୁସାରେ ପ୍ରେମିକ ଅନ୍ୟତ୍ର ବାହାହେବା ପାଇଁ ରାଜି ହୋଇଯିବା କାରଣରୁ ପ୍ରେମିକା ଏ କଥା ଜାଣିପାରି ଥିଲେ । ବାହାଘର କଥା କିନ୍ତୁ ପ୍ରେମିକ ଯୁବତୀଙ୍କୁ କହି ନଥିଲେ । ଏ ନେଇ ଯୁବତୀ ଅଧିକ ରାଗିଯାଇଥିଲେ । ଆଉ ପ୍ରେମିକଙ୍କୁ ପାନେ ଦେବା କଥା ଚିନ୍ତା କରିଥିଲେ । ଯେଉଁଥିପାଇଁ ଯୋଜନାବଦ୍ଧ ଭାବେ ଯୁବତୀଜଣକ ପ୍ରେମିକଙ୍କୁ ଏକ ଗେଷ୍ଟ ହାଉସକୁ ଡକେଇ ଥିଲେ । ଯୁବକଜଣକ ପ୍ରେମିକା କଥାରେ ରାଜି ହୋଇ ଗେଷ୍ଟ ହାଉସକୁ ଯାଇଥିଲେ । ଦୁହେଁ ଖୁସିରେ ଖୁସିରେ ରୁମ୍ ଭିତରକୁ ଯାଇଥିଲେ । କିନ୍ତୁ କିଛିସମୟ ପରେ ସେମାନଙ୍କ ଭିତରେ ଝଗଡ଼ା ହୋଇଥିଲା ଆଉ ଯୁବତୀଜଣକ ଧାରୁଆ ଅସ୍ତ୍ରରେ ପ୍ରେମିକର ପ୍ରାଇଭେଟ ପାର୍ଟକୁ କାଟିଦେଲେ । ଘଟଣାର ସୂଚନା ପାଇ ପୋଲିସ ସେଠାରେ ପହଞ୍ଚିଥିଲା । ଗୁରୁତର ଭାବେ ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଯୁବତୀଙ୍କୁ ଗିରଫ କରିଥିଲା । ପ୍ରେମିକର ଅବସ୍ଥା ଗୁରୁତର ଥିବା ପୋଲିସ କହିଛି । ତେବେ ୮ ବର୍ଷର ସମ୍ପର୍କକୁ ଗୋଡ଼ରେ ଆଡ଼େଇ ଦେଇ ଅନ୍ୟତ୍ର ବାହାହେବା କଥା ଶୁଣିବା ପରେ ସ୍ଥାନୀୟ ଲୋକେ ଯୁବକଙ୍କୁ ନିନ୍ଦା କରୁଥିବାବେଳେ କିଛିଜଣ ଯୁବତୀଙ୍କ ଏ ପ୍ରକାର କାମ ପାଇଁ ତାଙ୍କୁ ନିନ୍ଦା କରିଛନ୍ତି ।