ଅକ୍ତାଉ- କାଜାକିସ୍ତାନର ଅକ୍ତାଉ ସହର ନିକଟରେ ଭୟଙ୍କର ବିମାନ ଦୁର୍ଘଟଣା । ବୁଧବାର ଦିନ ଏକ ବିମାନ ୭୨ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିବା ବେଳେ ଅକ୍ତାଉ ସହର ନିକଟରେ ଖସି ପଡିଛି । କାଜିକିସ୍ତାନ ଆପାତକାଳୀନ ମନ୍ତ୍ରଣାଳୟର ସୂଚନା ଆଧାରରେ ଋଷୀୟ ସମାଚାର ଏଜେନ୍ସି ସୂଚନା ଦେଇଛି ।
ସୂଚନା ମୁତାବକ, ଅଜରବୈଜାନ ଏୟାରଲାଇନ୍ସର ଏମ୍ବ୍ରେର ୧୯୦ବିମାନ ବାକୁରୁ ଋଷ ଚେଚନ୍ୟାର ଗ୍ରୋଜନୀ ଅଭିମୁଖେ ଯାଉଥିଲା । କିନ୍ତୁ ଘନ କୁହୁଡି କାରଣରୁ ତାର ମାର୍ଗ ବଦଳାଇ ଦେଇଥିଲା । ଅବତରଣ ପାଇଁ ଅକ୍ତାଉ ବିମାନ ବନ୍ଦର ଉପରେ ଏକାଧିକ ବାର ଚକ୍କର କାଟି ଶେଷରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଏହି ଦୁର୍ଘଟଣାକୁ ନେଇ ଅଧିକ ସୂଚନା ହସ୍ତଗତ ହୋଇନାହିଁ ।
ବିମାନ ଦୁର୍ଘଟଣାରେ ୬ ଜଣ ଜୀବିତ ଥିବା ସୂଚନା ଦେଇଛି କଜାକିସ୍ତାନ କର୍ତ୍ତୃପକ୍ଷ
Kazakh media reports that the plane flying from Baku to Grozny crashed at Aktau airport.
Before that, the plane made several circles over the airport. pic.twitter.com/rbcxjejFxR
— Портал Blog-Club.org (@blogclub_org) December 25, 2024