Video: ସାଣ୍ଟା ସାଜି ବୋଦାକୁ ଘାସ ଉପହାର ଦେବା ପଡ଼ିଲା ମହଙ୍ଗା, ଗଡ଼ାଇ ଗଡ଼ାଇ ମୁଣ୍ଡିଆ ମରିଲା…

ଭୁୂବନେଶ୍ୱର: (ଓଡ଼ିଶା ଭାସ୍କର) ସବୁଦିନ କିଛିନା କିଛି ଭିଡିଓ ସୋସିଆଲ ମିଡିଆରେ ଭାିରାଲ ହେୁଥିବା ଦେଖୁଥିବା ମିଳୁଛି । ହେଲେ ସେସବୁ ଭିତରୁ ଏମିତି କିଛି ଭିଡିଓ ରହିଛି , ଯାହା ସବୁକୁ ଦେଖିଲେ ନ ହସି ରହି ହୁଏନି । ସେମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଇରାଲ ହେଉଛି । ଅଜି ପବିତ୍ର ବଡ଼ଦିନ ତଥା ପ୍ରଭୁ ଯୀଶୁଙ୍କ ଜନ୍ମଦିନ, ଆଜିର ଦିନରେ ଧରାବତରଣ କରିଥିଲେ ପ୍ରଭୁ ଯୀଶୁଖ୍ରୀଷ୍ଟ ।

ଏହାକୁ ନେଇ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ଉତ୍ସାହ । ଖ୍ରୀଷ୍ଟ ଧର୍ମର ପରମ୍ପରା ଅନୁସାରେ ବଡ଼ଦିନରେ ସାଣ୍ଟାଙ୍କ ସ୍ୱତନ୍ତ୍ର ଭୂମିକା ରହିଛି । ବିଶ୍ୱାସ ରହିଛି ରାତି ହେଲେ ସାଣ୍ଟା ଆସି ଉପହାର ଦିଅନ୍ତି । ସେଥିପାଇଁ ଅନେକ ଖ୍ରୀଷ୍ଟ ଧର୍ମୀ ଲୋକ ସାଣ୍ଟା ବନିଥାନ୍ତି ଏବଂ କିଛି ଉପହାର ଦିଅନ୍ତି । ହେଲେ ଯେ କେହି ପଶୁପକ୍ଷୀଙ୍କୁ ଉପାହାର ଦିଅନ୍ତି ତାହା ଭୁବ୍ ନିଆରା । ସେମିତି ଏକ ଭିଡିଓ ଭାଇରାଲ ହେଉଛି ।

ଭିଡିଓରେ ଜଣେ ଯୁବକ ସାଣ୍ଟା ସାଜି ଏକ ବୋଦାକୁ ଘାସ ଉପହାର ଦେଉଛନ୍ତି । ହେଲେ ବୋଦାଟି ଘାସ ଖାଇବାତ ଦୂରର କଥା ଯୁବକଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ମୁଣ୍ଡିଆ ମାରୁଛି । ଯାହା ଦେଖି ଆପଣ ନ ହସି ରହି ପାରିବେନି । ଏହା ପୁଣି, ଥରେ ନୁହେଁ ବୋଦାଟି ବାରମ୍ୱାର ଯୁବକଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ମୁଣ୍ଡିଆ ମାରୁଛି ।