fbpx

ଏହି ଖାଦ୍ୟକୁ ବାରମ୍ବାର ଗରମ କରି ଖାଉଥିଲେ ହୋଇଯାଆନ୍ତୁ ସାବଧାନ!

ସମସ୍ତଙ୍କ ଘରେ ପ୍ରାୟତ ଅଧିକ ରୋଷେଇ କରିଦେଇଥିଲେ ବଳକା ଖାଦ୍ୟକୁ ଫ୍ରିଜରେ ରଖି ପରେ ଗରମ କରି ଖାଇଥାନ୍ତି। ସେହିପରି  ଆଉ କେହି କେହି ପୂରା ଦିନ ପାଇଁ ଗୋଟିଏ ଥରରେ ରୋଷେଇ କରି ଖାଦ୍ୟକୁ ଗରମ କରି ଖାଆନ୍ତି। ଏମିତି ବି ଲୋକ ଅଛନ୍ତି, ଯେଉଁମାନେ ଆମିଷ ହେଉ ଅବା ନିରାମିଷ ତରକାରି କରି ଫ୍ରିଜ୍‌ରେ ରଖି ଦୁଇ ତିନି ଦିନ ପର୍ଯ୍ୟନ୍ତ  ଗରମ କରି ଦିଅନ୍ତି। ତେବେ ଜାଣିଛନ୍ତି, ଏଭଳି ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଆଦୌ ହିତକର ନୁହେଁ। କୁହାଯାଏ, ଖାଦ୍ୟକୁ ଗରମ କରି ଦେଲେ ସେଥିରେ ଥିବା ବ୍ୟାକ୍ଟେରିଆ ମରିଯାଏ। କିନ୍ତୁ ଏପରି କିଛି ଖାଦ୍ୟ ଅଛି ଯାହାକୁ ବାରମ୍ବାର ଗରମ କଲେ ସେଥିରେ ଟକ୍ସିନ୍ ଓ ବ୍ୟାକ୍ଟେରିଆ ବଢ଼ିଯା’ନ୍ତି ଓ ଏହା ଶରୀର ପାଇଁ କ୍ଷତିକାରକ ହୋଇଥା’ନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟକୁ ବାରମ୍ବାର ଗରମ କଲେ, ତାହା ବିଷାକ୍ତ ହୋଇଯାଏ।

ଚାହା  ଲୋକମାନେ ଏକ ସାଙ୍ଗରେ ବହୁତ କରି ଦିଅନ୍ତି ଓ ତାକୁ ଦିନରେ ବାରମ୍ବାର ଗରମ କରି ପିଅନ୍ତି।  ଚା’କୁ ବାରମ୍ବାର ଗରମ କଲେ ଚା’ପତିରେ ଥିବା ତତ୍ତ୍ୱ ଅମ୍ଳରେ ପରିଣତ ହୋଇଯାଏ ଓ ଏହା ପାଚନ ତନ୍ତ୍ରକୁ ଦୁର୍ବଳ କରିବା ସହ  ଏସିଡିଟି ବଢାଇଥାଏ।

ଭାତକୁ ବାରମ୍ବାର ଗରମ କଲେ  ଏଥିରେ ବସିଲସ୍ ସେରେୟସ୍‌ ନାମକ ବ୍ୟାକ୍ଟେରିଆ ୨ଗୁଣ ବଢ଼ିଯାଏ। ଯାହାଫଳରେ ଡାଇରିଆ ମଧ୍ୟ ହୋଇପାରେ।

ଅଣ୍ଡା ତରକାରିକୁ ବାରମ୍ବାର ଗରମ କଲେ, ଏଥିରେ ଥିବା ସମସ୍ତ ପୁଷ୍ଟିକର  ନଷ୍ଟ ହୋଇଯାଏ ଓ ଏହା ଟକ୍‌ସିକ୍‌ ହେଇଯାଏ। ଆଉ ଏହାକୁ ଖାଇଥିଲେ ହଜମକ୍ରିୟା ଉପରେ ପ୍ରଭାବ ପଡ଼ିଥାଏ ଓ ପେଟ ଖରାପ ହୋଇଥାଏ।

ସିଝା ଆଳୁକୁ ମଧ୍ୟ ବାରମ୍ବାର ଗରମ କଲେ ଏଥିରେ ବ୍ୟାକ୍ଟେରିଆ ବଢ଼ିଯାଏ। ଫଳରେ ଏହାକୁ ଖାଇବା ଦ୍ୱାରା ପେଟ ଖରାପ ହୋଇଥାଏ।

ଛତୁକୁ ବାରମ୍ବାର ଗରମ କଲେ ଏହାର କମ୍ପୋଜିସନ୍‌ ବଦଳିଯାଏ ଓ ଏହା ବିଷାକ୍ତ ହୋଇଯାଏ। ଏହାକୁ ବାରମ୍ବାର ଗରମ କରି ଖାଇଲେ ଫୁଡ୍‌ ପଏଜନ୍‌ ହେବାର ସମ୍ଭାବନା ଥାଏ।

 

Get real time updates directly on you device, subscribe now.