Breaking: ଘରେ ଘରେ ପହଂଚିବ ଆୟୁଷ୍ମାନ ଭାରତ ଯୋଜନା, ୧୩ରେ AB-PMJAY ପାଇଁ ହେବ ଏମଓୟୁ

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଆୟୁଷ୍ମାନ ଭାରତ ଲାଗୁ ପାଇଁ ହେବ ଚୁକ୍ତିନାମା ସ୍ୱାକ୍ଷର । ରାଜ୍ୟ ସରକାର ଏବଂ ନ୍ୟାଶନାଲ ହେଲ୍ଥ ଅଥରିଟି ମଧ୍ୟରେ ହେବ ଏମଓୟୁ । ୧୩ରେ ଏମଓୟୁ ସ୍ୱାକ୍ଷର ନେଇ ଏଏନଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ଆୟୁଷ୍ମାନ ଭାରତ ପିଏମ-ଜେଏୱାଇ ପ୍ରଧାନମନ୍ତ୍ରୀ ପିପୁଲ୍ସ ହେଲ୍ଥ ସ୍କିମ୍ରେ ଅନ୍ତର୍ଭୁକ୍ତ । ଆର୍ଥିକ ସ୍ତରରେ ପଛୁଆ ବର୍ଗଙ୍କ ପାଇଁ ଏହି ସ୍କିମ୍ ସାହାର୍ଯ୍ୟକାରୀ ସାବ୍ୟସ୍ତ ହେବ । ୫୦% ଭାରତୀୟ ଏ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ । ଆୟୁଷ୍ମାନ ଭାରତ ହିତାଧିକରୀଙ୍କୁ ଚିକିତ୍ସା କ୍ଷେତ୍ରରେ ୫ ଲକ୍ଷ ଟଙ୍କାର ସରକାରୀ ସାହାଯ୍ୟ ମିଳିବ । କିନ୍ତୁ ମହିଳାମାନେ ଏହା ଜରିଆରେ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସେବା ପାଇପାରିବେ ।