କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶନାମା! ଏଣିକି କେନ୍ଦ୍ର ସରକାରୀ ଚାକିରିଆଙ୍କୁ ମିଳିବ ୪୨ ଦିନ ଛୁଟି, କିନ୍ତୁ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ତାଲିମ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି । କେନ୍ଦ୍ର କର୍ମଚାରୀଙ୍କୁ ମିଳିବ 22 ଦିନର ଛୁଟି । କିନ୍ତୁ ଏନେଇ କେତେକ ନିୟମ ରହିଛି । ଯେଉଁ କେନ୍ଦ୍ରୀୟ କର୍ମଚାରୀମାନେ ଅଙ୍ଗଦାନ କରିବାକୁ ଯାଉଛନ୍ତି ସେମାନେ ୪୨ ଦିନର ଛୁଟି ପାଇପାରିବେ ।

ଅଙ୍ଗଦାନ କଲେ ମିଳିବ ଛୁଟି:  ଆଜିକା ସମୟରେ ଅନେକ ଅର୍ଗାନ ଡୋନେଟ କରିବା ପାଇଁ ପସନ୍ଦ କରିଥାନ୍ତି । ଅଙ୍ଗଦାନ କରିବା ପରେ ଡୋନର ଜଣଙ୍କ ଶାରୀରିକ କ୍ଷେତ୍ରରେ ଦୁର୍ବଳ ହୋଇଯାଇଥାନ୍ତି । ଫଳରେ ସମ୍ପୁର୍ଣ୍ଣ ସୁସ୍ଥ ହେବା ପାଇଁ ସମୟ ଲାଗିଥାଏ । କିନ୍ତୁ ପୂର୍ବରୁ ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣରେ ଛୁଟି ମିଳିବାର ବ୍ୟବସ୍ଥା ନଥିଲା ।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଛୁଟି ଅବଧିକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ଡୋନରମାନେ ଏନେଇ କେନ୍ଦ୍ର ସରକାରଙ୍କୁ ଅପିଲ କରିଥିବା ବେଳେ ବିଚାର କରାଯାଇ ବର୍ତ୍ତମାନ ଏହି ଘୋଷଣା କରାଯାଇଛି ।

ସରକାରୀ ସ୍ବୀକୃତିପ୍ରାପ୍ତ ମେଡିକାଲର ଡାକ୍ତରଙ୍କ ରିପୋର୍ଟ ଆଧାରରେ ଏହି ଛୁଟି ନେଇପାରିବେ ଅଙ୍ଗଦାନକାରୀ । କେନ୍ଦ୍ର ସରକାର କମିଟି ଗଠନ କରିବା ପରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଥିବା କୁହାଯାଉଛି ।