ସୈଫ୍‌ଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ପଟୌଦୀ ଖାନଙ୍କୁ ଛୁରାମାଡ଼ । ବାନ୍ଦ୍ରା ସ୍ଥିତ ଘରେ ପଶି କିଛି ଦୁର୍ବୃତ୍ତ ୨ରୁ ୩ ଥର ଧାରୁଆ ଅସ୍ତ୍ରରେ କରିଥିଲେ ଆକ୍ରମଣ ।

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସୈଫ୍ ଅଲି ଖାନଙ୍କୁ ଛୁରାମାଡ଼ ।

ମୁମ୍ବାଇ ବାନ୍ଦ୍ରା ସ୍ଥିତ ସୈଫଙ୍କ ଘରେ ପଶି କିଛି ଅଜଣା ବ୍ୟକ୍ତି ପଟୌଦୀ ଖାନଙ୍କ ଉପରେ ମରଣାନ୍ତ ଆକ୍ରମଣ କରିଥିଲେ ।

 ସୈଫ୍‌ ଗୁରୁତର: ସୂତ୍ରରୁ ପ୍ରକାଶ ସୈଫଙ୍କୁ ୨ରୁ ୩ ଥର ଛୁରାମାଡ଼ କରି ୪ ଦୁର୍ବୃତ୍ତ ଘଟଣା ସ୍ଥଳରୁ ଫେରାର ହୋଇଥିଲେ ।

ସେଫ୍‌ଙ୍କୁ ଗୁରୁତର ଅବସ୍ଥାରେ ଲୀଲାବତି ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ପୋଲିସ ତଦନ୍ତ: ଦୁର୍ବୃତ୍ତଙ୍କୁ ଧରିବା ପାଇଁ ସହରର ମୁଖ୍ୟ ଛକଗୁଡ଼ିକରେ ନାକାବନ୍ଦି କରାଯାଇଛି । ଏହି ମାମଲାରେ ବାନ୍ଦ୍ରା ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

ସୁରକ୍ଷା ତୃଟି: ବୁଧବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ତାଙ୍କ ଘରେ କିଛି ଦୁର୍ବୃତ୍ତ ପଶି ଧାରୁଆ ଅସ୍ତ୍ରରେ ସୈଫଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ବର୍ତ୍ତମାନ ସୈଫଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ପଛରେ କାହାର ହାତ ଅଛି ଓ ଆକ୍ରମଣ ପଛର କାରଣ ଏବେବି ଅସ୍ପଷ୍ଟ ।