ବନ୍ଦ ହୋଇଗଲା ହିଡେନବର୍ଗ ରିସର୍ଚ୍ଚ ସେଣ୍ଟର, ଅଦାନୀ ଗ୍ରୁପର କରିଥିଲା କୋଟି କୋଟି ଟଙ୍କା କ୍ଷତି
ଏଇ ସେହି ହିଡେନବର୍ଗ ରିସର୍ଚ୍ଚ, ଯିଏ ଅଦାନୀ ଗ୍ରୁପ ବିରୋଧରେ ଜାନୁଆରୀ ୨୦୨୩ରେ ରିସର୍ଚ୍ଚ ରିପୋର୍ଟ ଜାରି କରିଥିଲା, ଯାହାପରେ ଅଦାନୀ ଗ୍ରୁପର ସେୟାରଗୁଡ଼ିକରେ ହ୍ରାସ ଦେଖିବାକୁ ମିଳିଥିଲା।
ନୂଆଦିଲ୍ଲୀ: ଆମେରିକୀୟ ସର୍ଟ ସେଲର ହିଡେନବର୍ଗ ରିସର୍ଚ୍ଚ ବର୍ତ୍ତମାନ ବନ୍ଦ ହୋଇସାରିଛି। କମ୍ପାନୀ ଫାଉଣ୍ଡର ନେଟ ଆଣ୍ଡରସନ ଏହି ଘୋଷଣା କରିଛନ୍ତି।
ଇଏ ସେହି ହିଡେନଗର୍ବ ରିସର୍ଚ୍ଚ ଯିଏ ଅଦାନୀ ଗ୍ରୁପ ବିରୋଧରେ ୨୦୨୩ରେ ରିସର୍ଚ୍ଚ ରିପୋର୍ଟ ଜାରି କରିଥିଲା, ଯାହାପରେ ଅଦାନୀ ଗ୍ରୁପର ସେୟାରଗୁଡ଼ିକରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଥିଲା।
ହିଡେନଗର୍ବ ରିସର୍ଚ୍ଚର ମୁଖ୍ୟ କାହିଁକି ନେଲେ ଏଭଳି ନିଷ୍ପତ୍ତି: ନେଟ ଆଣ୍ଡରସନ ନିଜ ବିବୃତ୍ତିରେ କହିଥିଲେ ଯେ, ମୁଁ ଗତ ବର୍ଷ ଶେଷରେ ପରିବାର, ସାଙ୍ଗସାଥୀ ଏବଂ ଆମ ଟିମ ସହ ଆଲୋଚନା କରିଥିଲି ଯେ; ମୁଁ ହିଡେନବର୍ଗ ରିସର୍ଚ୍ଚକୁ ବନ୍ଦ କରିବି।
ଆଣ୍ଡରସନ କହିଛନ୍ତି ଯେ, ଇନଭେଷ୍ଟିଗେଟିଭ ଆଇଡିଆଇ ନିଜ ପାଇପଲାଇନ ପ୍ରୋଜେକ୍ଟକୁ ପୂରଣ କରିବା ପରେ କମ୍ପାନୀକୁ ବନ୍ଦ କରିବାର ଯୋଜନା ଥିଲା। ବର୍ତ୍ତମାନ ହିଡେନବର୍ଗ ରିସର୍ଚ୍ଚ ପୋଞ୍ଜୀ ଯୋଜନାଗୁଡ଼ିକ ସହ ଜଡିତ ନିଜର ଶେଷ ପ୍ରୋଜେକ୍ଟସକୁ ପୂରଣ କରିଥିଲା, ଯାହା ସହ ଏହାର କାର୍ଯ୍ୟକଳାପ ବନ୍ଦ ହୋଇଯାଇଛି।