Toll ଟିକସ୍ ଝିନଝଟରୁ ମିଳିବ ମୁକ୍ତି, ପାସ୍ ବ୍ୟବସ୍ଥା ଜାରି କରିବେ କେନ୍ଦ୍ର ସରକାର
ହାଇୱେରେ ଘରୋଇ ଯାନବାହନ ପାଇଁ ଆଉ ଆଦାୟ ହେବନି ଟୋଲ୍ । ମାସିକ ଏବଂ ବାର୍ଷିକ ପାସ୍ ବ୍ୟବସ୍ଥା ଲାଗୁ କରିବାକୁ ସରକାର ବିଚାର କରୁଛନ୍ତି ବୋଲି କହିଛନ୍ତି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ।
ନୂଆଦିଲ୍ଲୀ: ଟୋଲ୍ ଟିକସରୁ ମିଳିବ ମୁକ୍ତି । ଶୀଘ୍ର ଲାଗୁ ହେବ ପାସ୍ ବ୍ୟବସ୍ଥା । ଏହା ସହ ଦୂର ହେବ ଟ୍ରାଫିକ୍ ସମସ୍ୟା ।
ଘରୋଇ ଯାନବାହନ ପାଇଁ ଟୋଲ ଆଦାୟ ପରିବର୍ତ୍ତେ ସରକାର ମାସିକ ଏବଂ ବାର୍ଷିକ ପାସ୍ ବ୍ୟବସ୍ଥା କରିବା ଦିଗରେ ବିଚାର କରୁଛନ୍ତି । ଏନେଇ ବୁଧବାର କେନ୍ଦ୍ର ମନ୍ତ୍ରୀ ନୀତିକ ଗଡ଼କରି ସୂଚନା ଦେଇଛନ୍ତି ।
ଗାଁ ବାହାରେ ଟୋଲ୍ ବୁଥ୍: ଟୋଲ୍ ଆଦାୟ ବୁଥ୍ ଗାଁ ବାହାରେ ସ୍ଥାପନ ହେବ । ଏହା ଦ୍ୱାରା ଗାଁ ଲୋକଙ୍କ ଗମନାଗମନରେ କୌଣସି ବାଧା ସୃଷ୍ଟି ହେବ ନାହିଁ ।
କହିରଖୁଛୁ ଟୋଲ୍, ରାଜସ୍ୱର ୭୪% ବାଣିଜ୍ୟିକ ଯାନବାହନରୁ ଆସିଥାଏ ।
ସେହିପରି ମୋଟ୍ ଟୋଲ୍ ଆଦୟରେ ଘରୋଇ ଯାନର ଅଂଶ ମାତ୍ର ୨୬% ତେଣୁ ପାସ୍ ବ୍ୟବସ୍ଥା ଦ୍ୱାରା ସରକାରଙ୍କୁ କୌଣସି କ୍ଷତି ହେବ ନାହିଁ ।
GPS ଆଧାରିତ ଟୋଲ୍: ଗଡ଼କରୀ କହିଛନ୍ତି ଯେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପ୍ରାରମ୍ଭିକ ଭାବରେ ଜାତୀୟ ରାଜପଥରେ FASTag ସହିତ ଏକ ଅତିରିକ୍ତ ବୈଶିଷ୍ଟ୍ୟ ଭାବରେ ସିମଲେସ୍ ଗ୍ଲୋବାଲ୍ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (GNSS) ଆଧାରିତ ଟୋଲ୍ ସଂଗ୍ରହ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି।
ଏହି ଟୋଲ୍ ସଂଗ୍ରହ ସିଷ୍ଟମ୍ ପୂର୍ବ ସିଷ୍ଟମ୍ ଅପେକ୍ଷା ଭଲ ଏବଂ ଅଧିକ ପ୍ରଭାବଶାଳୀ ପ୍ରମାଣିତ ହେବ।