(Video) ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ପରେ ଚିନ୍ତିତ ନଜର ଆସିଲେ କରୀନା, ସାମ୍ନାକୁ ଆସିଲା ବିଳମ୍ବିତ ରାତ୍ରୀର ପ୍ରଥମ ଭିଡିଓ

ସାମ୍ନାକୁ ଆସିଲା ଆକ୍ରମଣ ପରର ଦୃଶ୍ୟ। ସୈଫଙ୍କ ଉପରେ ଆକ୍ରମଣ ପରେ ବିଚଳିତ ହୋଇ ଘର ବାହାରେ ବୁଲୁଛନ୍ତି କରୀନା। କିପରି ଚକମା ଦେଇ ଚମ୍ପଟ ମାରିବାରେ ସଫଳ ହେଲା ଦୁର୍ବୁତ୍ତ ଦେଖନ୍ତୁ..

ଭୁବନେଶ୍ୱର: ବଲିଉଡ୍ ସୁପରଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ପରେ ଚିନ୍ତିତ ହୋଇପଡିଛନ୍ତି ପତ୍ନୀ କରୀନା କପୁର। ଆକ୍ରମଣ ପରେ ସେ ବିବ୍ରତ ହୋଇ ଘର ବାହାରେ ବୁଲୁଥିବାର ନଜର ଆସିଛି।

ସୈଫଙ୍କ ଘର ଭିତରେ ପଶି ଦୁର୍ବୃତ୍ତ ଏପରି କାଣ୍ଡ କରିବା ପରେ କରୀନା ବିଚଳିତ ହେବା ଏକ ସ୍ୱଭାବିକ କଥା। କୁହାଯାଉଛି ଯେ, ଆକ୍ରମଣ ସମୟରେ କରୀନା ଘରେ ନଥିଲେ। ସେ ତାଙ୍କ ଭଉଣୀ କରିସ୍ମା କପୁର ଓ ଘନିଷ୍ଠ ବନ୍ଧୁ ସୋମନ ଏବଂ ରିୟାଙ୍କ ସହ ଥିଲେ।

ଖବର ପାଇ ସେ ଘରକୁ ଆସିଥିଲେ। ତେବେ ସେ ଯାହା ହେଉନା କାହିଁକି ଜଣେ ଏତେ ବଡ ସେଲିବ୍ରିଟିଙ୍କ ଘରେ ପଶି ଆକ୍ରମଣ କରି ସେଠାରୁ ସୁରକ୍ଷିତ ଭାବରେ ଖସିଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ସୈଫଙ୍କ ଅବସ୍ଥା କ’ଣ : ଡକାୟତି ଉଦ୍ଦେଶ୍ୟରେ ଆସିଥିବା ଏହି ଦୁର୍ବୃତ୍ତ ସୈଫଙ୍କ ସହ ଝଗଡା କରିଥିଲେ। ଯେଉଁଥିରେ ଅଭିନେତା ଜଣଙ୍କ ଲୁଟେରାଙ୍କ ଛୁରା ମାଡର ଶୀକାର ହେଲେ । ଏପରିକି ତାଙ୍କ ଦେହରେ ୬ଟି ସ୍ଥାନରେ ଛୁରା ମାଡ ହୋଇଥିବା ଜଣାପଡିଛି। ପରେ ତାଙ୍କୁ ଭୋର ତିନିଟା ସମୟରେ ଆହତ ଅବସ୍ଥାରେ ଲୀଳାବତୀ ହସ୍ପିଟାଲକୁ ନିଆଯାଇଥିଲା।

ହସ୍ପିଟାଲ ପକ୍ଷରୁ ଯାହା କୁହାଯାଉଛି ଛଅଟି କ୍ଷତ ମଧ୍ୟରୁ ଦୁଇଟି ଅତି ଗଭୀର। ଏପପିକି ତାଙ୍କ ବେକ ପାଖରେ ଛୁରି ବାଜିଥିବା ଜଣାପଡ଼ିଛି। ଡ଼ାକ୍ତରମାନେ ମଧ୍ୟ ସମସ୍ତ ପ୍ରକାର ଚିକିତ୍ସା ଚଳାଇଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

ବାପାଙ୍କୁ ଦେଖିବାକୁ ଗଲେ ପୁଅ ଝିଅ: ସୈଫଙ୍କ ଆହତ ଖବର କଥା ଶୁଣି ହସ୍ପିଟାଲରେ ପହଞ୍ଚିଛନ୍ତି ପୁଅ ଇବ୍ରାହିମ ଓ ଝିଅ ସାରା ଅଲ୍ଲୀ। ଏହାସହ କରୀନା କପୁର ମଧ୍ୟ ହସ୍ପିଟାଲରେ ପହଞ୍ଚିଛନ୍ତି।

ତିନି ଜଣ ଅଟକ: ସୈଫଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରି ସେଠାରୁ ଖସିଯିବାରେ ସଫଳ ହୋଇଛି ଡକାୟତ। ଏତେ ସିକ୍ୟୁରିଟି ଥିବା ସତ୍ତ୍ୱେ ମଧ୍ୟ ଦୁର୍ବୁତ୍ତ ଜଣଙ୍କ କିପରି ଘରେ ପଶିଲା। ଆଉ ଖସିଯିବାରେ କିପରି ସଫଳ ହେଲା।

ଏହାକୁ କେନ୍ଦ୍ରକରି ପୋଲିସ ସୈଫଙ୍କ ତିନିଜଣ କର୍ମଚାରୀଙ୍କୁ ଅଟକ ରଖିବା ସହ, ଅପରାଧୀକୁ ଖୋଜିବା ପାଇଁ ସାତଟି ଟିମ୍ ଗଠନ କରିଛି।