ପୋଲିସ ଷ୍ଟେସନରେ ମଦ ଷ୍ଟକ୍; ତଦନ୍ତକାରୀ ଦଳ ତାଟକା
ବିହାରରେ ମଦ ବ୍ୟାନ। ଦୋକାନ କି ବାରରେ ନୁହେଁ ଥାନାରେ ଲୁଚା ହୋଇଥିଲା ମଦ ଷ୍ଟକ। ତଦନ୍ତ ବେଳେ ଧରାପଡ଼ିଗଲା ପୋଲିସବାବୁଙ୍କ ମଦ ପ୍ରେମ।
ପାଟନା: ପାଟନାର ସୁଲତାନଗଞ୍ଜ ପୋଲିସ ଷ୍ଟେସନରେ ତଦନ୍ତକାରୀ ଟିମ୍। କାରଣ ଥାନାରେ ଭର୍ତ୍ତି ହୋଇ ରହିଛି ପୁଳା ପୁଳା ମଦ ବୋତଲ।
ବିଭିନ୍ନ ସ୍ଥାନରେ ଚଢାଉ କରି ଜବତ ହୋଇଥିବା ମଦ ବୋତଲକୁ ସୁଲତାନଗଞ୍ଜ ପୋଲିସ ଷ୍ଟେସନର କିଛି କର୍ମଚାରୀ ଲୁଚାଇ ରଖିଛନ୍ତି।
ତାହା ଅନ୍ୟ କିଛି ଅଧିକାରୀ ଜାଣିବା ପରେ ଉପର ଅଫିସରଙ୍କୁ ଜଣାଇଥିଲେ।
ପରେ ପାଟନା ଏସଏସପି ସିଟି ଏସପି ପଶ୍ଚିମଙ୍କୁ ତଦନ୍ତଭାର ଦେଇଥିଲେ। ଯେଉଁଥିରେ ଥାନାରୁ ପ୍ରାୟ ୧୬ଟି ମଦ ବୋତଲ ଜବତ କରାଯାଇଛି।
କେଉଁଠୁ ଆଣିଲେ ଏତେ ମଦ : ନିକଟରେ ବିହାରରେ ମଦ ନିଷେଧ ଆଇନ ଅଣାଯାଇଛି। ସେଥିପାଇଁ ମଦ ଜବତ କରିବା ପାଇଁ ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ କରୁଛି।
ସେହି ଚଢ଼ାଉ ସମୟରେ ସୁଲତାନଗଞ୍ଜ ଥାନା ପୋଲିସ ଚୋରାଚାଲାଣକାରୀଙ୍କ ପାଖରୁ ୧୬ ବୋତଲ ମଦ ଜବତ କରିଥିଲା।
ହେଲେ ପୋଲିସ ଅଧିକାରୀମାନେ ଜବତ ମଦକୁ ଷ୍ଟୋର ରୁମରେ ନରଖି ଥାନା ଭିତରେ ଲୁଚାଇ ରଖିଥିଲେ। ଯାହା ଖବର ଜାଣିବା ପରେ ସିଟି ଏସପି ଥାନାରେ ଚଢାଉ କରିଥିଲେ।
ଏବଂ ୧୬ଟି ଯାକ ମଦ ବୋତଲକୁ ଜବତ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଯଥାଶୀଘ୍ର କାର୍ୟ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।