ଅଭୟା ମାମଲା: ‘ଆମକୁ କ୍ଷତିପୂରଣ ଦରକାର ନାହିଁ’, କହିଲେ ପୀଡ଼ିତାଙ୍କ ବାପା-ମାଆ
କୋଲକାତା ଅଭୟା ମାମଲାକୁ ନେଇ ବର୍ତ୍ତମାନ ବଡ଼ ଖବର ସାମ୍ନାକୁ ଆସିଛି। ଅଭିଯୁକ୍ତ ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ..
ଓଡ଼ିଶା ଭାସ୍କର: କୋଲକାତାରେ ଘଟିଥିବା ଅଭୟା ମାମଲାରେ ବର୍ତ୍ତମାନ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଣି ହୋଇଛି। ତେବେ ଏହାରି ମଧ୍ୟରେ କ୍ଷତିପୂରଣ ଦରକାର ନାହିଁ ନ୍ୟାୟ ଦରକାର ବୋଲି କହିଲେ ପୀଡ଼ିତାଙ୍କ ମାଆବାପା। ସିଆଲଦା କୋର୍ଟ ବିଚାରପତିଙ୍କୁ ଏହି କଥା କହିଛନ୍ତି।
କୋଲକାତା ଆରଜି କର ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସଞ୍ଜୟ ରାୟଙ୍କୁ ଆଜୀବନ କାରା ଦଣ୍ଡାଦେଶ ହୋଇଛି। ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବ ଦୋଷୀ ସଞ୍ଜୟ। ୫୦ ହଜାର ଟଙ୍କା ଜରିମାନା ସହ ଆଜୀବନ କାରା ଦଣ୍ଡାଦେଶ।
ପୀଡ଼ିତାଙ୍କ ପରିବାରକୁ ୧୭ ଲକ୍ଷ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଗତ ୧୮ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ତେବେ ଏହି କ୍ଷତି ପୂରଣକୁ ନେଇ ବିରୋଧ କରିଛନ୍ତି ପୀଡ଼ିତାଙ୍କ ବାପା-ମାଆ। ସେମାନେ କହିଛନ୍ତି, “ଆମକୁ କ୍ଷତିପୂରଣ ଦରକାର ନାହିଁ, ଆମକୁ ନ୍ୟାୟ ଦରକାର।”