ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତି- ୨୦୨୦ ପାଇଁ ଆସିଲା ନାମଲେଖା ବିଜ୍ଞପ୍ତି । ଏଣିକି 6 ବର୍ଷ ହେଲେ ହିଁ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବେ । ଯଦି ବୟସ ହୋଇନଥିବ ତାହେଲେ ଅନୁମତି ମିଳିବ ନାହିଁ ।
ପ୍ରଥମ ଶ୍ରେଣୀ ପାଇଁ ବୟସ-ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବୟସ ୬ ବର୍ଷରୁ ଊର୍ଦ୍ଧ୍ବ ହୋଇଥିବ । ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ନାମଲେଖାକୁ ନେଇ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ ମସିହାରୁ ରାଜ୍ୟରେ ଏହି ନୂଆ ନିୟମ ଲାଗୁ ହେବ।
ଶିଶୁ ବାଟିକା ପାଇଁ 5 ବର୍ଷ- ସେପ୍ଟେମ୍ବର ୧ ସୁଦ୍ଧା ଶିଶୁର ବୟସ ୬ ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା ଆବଶ୍ୟକ । ଶିଶୁ ବାଟିକା ପାଇଁ ବୟସ ୫ରୁ ୬ ବର୍ଷ ହୋଇଥିବା ଆବଶ୍ୟକ । ୨୦୨୫-୨୬ ଶିକ୍ଷାବର୍ଷରୁ ସମସ୍ତ ପ୍ରାଥମିକ ସ୍କୁଲରେ ଅତିରିକ୍ତ ପ୍ରି ସ୍କୁଲ ଶ୍ରେଣୀ ଖୋଲିବ । ଯାହାକି ‘ଶିଶୁବାଟିକା’ ନାମରେ ନାମିତ ହେବ ।
ପ୍ରାରମ୍ଭିକ ସ୍କୁଲ ଶିକ୍ଷା ପାଇଁ ପ୍ରତି ସ୍କୁଲରେ ଖୋଲିବ ଶିଶୁ ବାଟିକା ଖୋଲିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ପ୍ରକାଶଥାଉକି, ଗତ ସପ୍ତାହରେ ହିଁ ଜାତୀୟ ଶିକ୍ଷାନୀତି ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟସରକାର ।