ଗାଡ଼ିରୁ ସାଇଲେନ୍ସର ଖୋଲି ନେଉଛି ପୋଲିସ, ଥାନା କି ଫାଇନ୍ ନୁହେଁ, ଗାଡ଼ି ଫେରିପାଇବା ପାଇଁ କୋର୍ଟ ଯିବାକୁ ପଡ଼ିବ
ଆଜି ମଧ୍ୟ ଜାରି ରହିବ ଚେକିଂ । ମୋଡିଫାଏଡ୍ ସାଇଲେନ୍ସର ଲଗେଇଲେ ଗାଡ଼ି ଟେକି ନେଉଛି ପୋଲିସ ।
କଟକ: ବୁଲେଟ ଚାଳକ ହୋଇଯାଆନ୍ତୁ ସାବଧାନ । ଗାଡ଼ିରେ ମୋଡିଫାଏଡ୍ ସାଇଲେକ୍ସର ଲଗାଇଲେ ଜବତ ହେବ ଆପଣଙ୍କ ଗାଡ଼ି । ଜବତ ଗାଡ଼ିକୁ ଥାନାରୁ ନୁହେଁ ବରଂ କୋର୍ଟରୁ ଆଣିବାକୁ ପଡ଼ିବ ।
ଗତକାଲି କଟକ କମିଶନରେଟ୍ ପୋଲିସ ପକ୍ଷରୁ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତକାଲି କଟକର ପ୍ରତ୍ୟେକ ଗଳି କନ୍ଧିରୁ ପୋଲିସ ବୁଲେଟ ଜବତ କରିଛି । ଯେଉଁ ବୁଲେଟଗୁଡ଼ିକ ବିକଟାଳ ଶବ୍ଦ କରୁଛି ତାକୁ ଧରିବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ ।
୧୫ ଗାଡ଼ି ଜବତ: ଉଭୟ କଟକ ଓ ଭବନେଶ୍ୱରେ ଏହି ଅଭିଯାନ ଆରମ୍ଭ କରିଛି ପୋଲିସ । ଆଜି ମଧ୍ୟ ପୋଲିସ ପକ୍ଷରୁ ଏହି ଅଭିଯାନ ଜାରି ରହିବ ।
କଟକ ମଧୁପାଟଣା ଥାନା ମଙ୍ଗଳବାର ୧୫ରୁ ଅଧିକ ଗାଡ଼ି ଜବତ କରିଛି । ମୋଡିଫାଏଡ୍ ସାଇଲେକ୍ସର ଲାଗିବା କାରଣରୁ ଗାଡ଼ିରୁ ବିକଟାଳ ଶବ୍ଦ ବାହାରୁଛି । ଯାହାଦ୍ୱାରା ଶବ୍ଦ ପ୍ରଦୂଷଣ ହେଉଛି ।
ଆବଶ୍ୟକସ୍ତଳେ ପୋଲିସ ସାଇଲେନ୍ସର କାଢ଼ି ନେଇଯାଉଥିବା ଜଣାପଡ଼ିଛି । ତେବେ ଜବତ ଗାଡ଼ିକୁ ଥାନାରୁ ଫାଇନ୍ ଦେଇ ଆଣିବାକୁ ପଡ଼ିବ ନାହିଁ । ଗାଡ଼ି ପାଇଁ କୋର୍ଟ ଯିବାକୁ ପଡ଼ିବ ।