ଠାବ ହେଲା ବନ୍ଧୁକ ତିଆରି କାରଖାନା, ୨୧ଟି ଆଇଇଡି ଓ ବିଜିଏଲ୍ ବୋମା ଜବତ

ବନ୍ଧୁକ ତିଆରି କାରଖାନାରେ ଚଢାଉ। ଜବତ ହେଲା ଅନେକ ପ୍ରକାର ଅସ୍ତ୍ରଶସ୍ତ୍ର

ଭୁବନେଶ୍ୱର: ସକାଳୁ ସକାଳୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶା-ଛତିଶଗଡ଼ ସୀମାରୁ ଠାବ ହୋଇଛି ବନ୍ଧୁକ ତିଆରି କାରଖାନା। ସୁକୁମା-ମାଲକାନଗିରି ସୀମାରୁ ଯବାନମାନେ ବେଆଇନ ଭାବେ ଚଳାଇଥିବା ଏହି କାରଖାନାକୁ ଠାବ କରିଛନ୍ତି।

ଜବତ ହେଲା ଏହି ସାମଗ୍ରୀ: ଯବାନମାନେ ଚଢାଉ ସମୟରେ ୨୧ଟି ଆଇଇଡି ଓ ବିଜିଏଲ୍ ବୋମାକୁ ଜବତ କରିଛନ୍ତି। ଏଥିସହ ଜବତ ହୋଇଛି ଜେନେରେଟର, ୱେଲ୍ଡିଂ ମେସିନ ଏବଂ ଲେଥ୍ ମେସିନ ସାମଗ୍ରୀ।

ବିସ୍ଫୋରକ ତିଆରି ସରଞ୍ଜାମ, ବିସ୍ଫୋରକ ସାମଗ୍ରୀ ଏହି କାରଖାନାରୁ ଜବତ ହୋଇଛି। ସୁକୁମା ମେଟାଗୁଡ଼ା ଓ ଦୁଲେଡ୍ ଜଙ୍ଗଲରେ ଚାଲିଥିଲା ଏହି ବେଆଇନ ବନ୍ଧୁକ କାରଖାନ। ଏଠାରେ ଯବାନମାନେ ଖବର ପାଇଁ ତଦନ୍ତ କରି ଏହି ସ୍ଥାନରେ ପହଞ୍ଚିଥିଲେ। ପରେ ଏହି କାରଖାନା ଉପରୁ ପର୍ଦ୍ଦାଫାସ୍ ଘଟିଥିଲା।