ନାକେଦମ୍ କରିଦେଇଛନ୍ତି କି ମୂଷା…ଚିନ୍ତା କରନ୍ତୁ ନାହିଁ, ଘରୁ ଘଉଡ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଘରେ ମୂଷାଙ୍କ ଉତ୍ପାତରୁ ଚିନ୍ତିତ କି? ସେମାନଙ୍କୁ ନ ମାରି ସହଜଣେ ଘରୁ ଘଉଡ଼ାଇପାରିବୋ ଜାଣନ୍ତୁ କିପରି...

ଓଡ଼ିଶା ଭାସ୍କର: ଅଧିକାଂଶ ଘରେ ମୂଷାମାନେ ଉତ୍ପାତ କରିଥାନ୍ତିା ଘରେ ଥିବା ଲୁଗାପଟା ଠାରୁ ଆରମ୍ଭ କରି ଜରୁରୀ କାଗଜପତ୍ରଗୁଡ଼ିକୁ ଟୁକୁର ଟୁକୁର କରି ନଷ୍ଟ କରିଦିଅନ୍ତିା

ମୂଷାଙ୍କ ଚଳପ୍ରଚଳ ଦ୍ୱାରା ଘରେ ଏକ ଅଜବ ଦୁର୍ଗନ୍ଧ ହୁଏା ଏଥିରେ ଅତିଷ୍ଟ ହୋଇ ବ୍ୟକ୍ତି ଜଣଙ୍କ ମୂଷା ଧରିବା ପାଇଁ ଯନ୍ତା ବସାଇଥାନ୍ତି । କିନ୍ତୁ ଅନେକ ସମୟରେ ଏହା ବିଫଳ ହୋଇଥାଏା

କିଛି ସହଜ ଘରୋଇ ଉପାୟ ଆପଣାଇବା ଦ୍ୱାରା ଆମେ ମୂଷାଙ୍କ ଝିନଝଟରୁ ମୁକ୍ତି ପାଇପାରିବା ।

୧. ତମ୍ବାଖୁ ଏବଂ ବେସନ୍‌: ମୂଷାକୁ ଘଉଡ଼ାଇବା ପାଇଁ ଏହା ପ୍ରଭାବକାରୀ ଉପାୟା ଏଥିପାଇଁ ଏକ ଛୋଟ ପାତ୍ରରେ ଅଳ୍ପ ବେସନ୍ ଏବଂ ତମ୍ବାଖୁର ମିଶ୍ରଣ ପ୍ରସ୍ତୁତ କରନ୍ତୁା ଏଥିରେ ଅଳ୍ପ ଘିଅ ମଧ୍ୟ ମିଶାଇ ପାରିବୋ

ଏହି ମିଶ୍ରଣର ଛୋଟ ଛୋଟ ଗୁଳା କରି ମୂଷା ଗାତ ପାଖରେ କିମ୍ବା ଚଳପ୍ରଚଳ କରୁଥିବା ସ୍ଥାନରେ ରଖିଦିଅନ୍ତୁା

୨. କର୍ପୁର: ମୂଷାଙ୍କୁ କର୍ପୁର ବାସ୍ନା ପସନ୍ଦ ନୁହେଁ । ତେଣୁ ମୂଷା ଚଳପ୍ରଚଳ କରୁଥିବା ସ୍ଥାନରେ କର୍ପୁର ରଖିଦିଅନ୍ତୁା

୩. ଫିଟକିରୀ: ପାଣି ଏବଂ ଫିଟକିରିର ଏକ ଘୋଳ ପ୍ରସ୍ତୁତ କରନ୍ତୁା ଏହା ପରେ ରାତିରେ ଶୋଇବା ପୂର୍ବରୁ ମୂଷା ଠିକଣା ସ୍ଥାନ ଏବଂ ସେମାନଙ୍କ ଯିବା ଆସିବା ରାସ୍ତାରେ ସ୍ପ୍ରେ କରନ୍ତୁା ଏହାର ଗନ୍ଧରେ ସେମାନେ ଦୌଡ଼ି ପଳାଇବୋ

୪. ନାଲି ଲଙ୍କା: ଶୁଖିଲା ନାଲି ଲଙ୍କାର କଡ଼ା ବାସ୍ନା ଠାରୁ ମୂଷାମାନେ ଦୂରେଇ ରୁହନ୍ତିା

ରାତିରେ ସେମାନେ ଚଳପ୍ରଚଳ କରୁଥିବା ରାସ୍ତାରେ ଛିଞ୍ଚି ଦିଅନ୍ତୁା ପିଲା ଏବଂ ପୋଷାଙ୍କୁ ଲଙ୍କା ଗୁଣ୍ଡ ଠାରୁ ଦୂରେଇ ରଖନ୍ତୁା

୫. ପୁଦିନା ତେଲ: ପୁଦିନା ତେଲର କଡ଼ା ବାସ୍ନା ମୂଷାଙ୍କୁ ପସନ୍ଦ ନୁହୋଁ ତେଣୁ କିଛି ତୁଳାକୁ ପୁଦିନା ତେଲରେ ବୁଡ଼ାଇ ଘରର କୋଣ ଏବଂ ଫାଟକ ନିକଟରେ ରଖିଦିଅନ୍ତୁା

ସପ୍ତାହରେ ୧-୨ ଥର ତୁଳା ବଦଳାନ୍ତୁ । କିଛି ଦିନ ଭିତରେ ଘରୁ ମୂଷା ଦୂରେଇଯିବୋ