କଢେଇରେ ନୁହେଁ, ସ୍ତ୍ରୀର ମାଂସକୁ ପ୍ରେସର କୁକରେ କାହିଁକି ସିଝାଇଲା ସ୍ୱାମୀ, କ’ଣ ଚାହୁଁଥିଲା ଜହ୍ଲାଦ ପତି

ହାଇଦ୍ରାବାଦରେ ଜଣେ ଅବସର ପ୍ରାପ୍ତ ସୈନିକ ଗୁରୁମୂର୍ତ୍ତି ନିଜ ସ୍ତ୍ରୀ ମାଧବୀଙ୍କୁ ହତ୍ୟା କରି ପ୍ରେସର କୁକୁରରେ ସିଝାଇ ହ୍ରଦରେ ଫିଙ୍ଗି ଦେଇଛି।

ନୂଆଦିଲ୍ଲୀ: ଦେଶରେ ଲଗାତାର ଜଘନ୍ୟ ହତ୍ୟା ମାମଲା ଘଟୁଥିବା ବେଳେ ବର୍ତ୍ତମାନ ଏଭଳି ଆଉ ଏକ ଭୟଙ୍କର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ସ୍ୱାମୀ ଜଣକ ସ୍ତ୍ରୀକୁ ମାରି ହତ୍ୟା କରିସାରିବା ପରେ, ତା’ର ମୃତଦେହକୁ ଛୋଟ ଛୋଟ ପିସ୍ କରି ପ୍ରେସର କୁକରରେ ସିଝାଇ ହ୍ରଦରେ ଫିଙ୍ଗି ଦେଇଛି।

ଏହି ଘଟଣା ବର୍ତ୍ତମାନ ଚାରିଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଯେ, କାହିିଁକି ସ୍ୱାମୀ ଜଣକ ଏଭଳି ନୃଶଂସ ଭାବେ ହତ୍ୟା କରିଛି ସ୍ତ୍ରୀକୁ। ତେବେ ଆସନ୍ତୁ ଜାଣିବା ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ କଢେଇ ନୁହେଁ କି ହାଣ୍ଡି ନୁହେଁ, ପ୍ରେସର କୁକୁରରେ କାହିଁକି ସିଝାଇଲା।

କଂସେଇ ସ୍ୱାମୀ: ଅଭିଯୁକ୍ତ ସ୍ୱାମୀଙ୍କ ନାମ ଗୁରୁମୂର୍ତ୍ତି, ବୟସ-୪୫, ସେ ଜଣେ ଅବସରପ୍ରାପ୍ତ ସୈନିକ। ସେ ମାଧବୀଙ୍କୁ ୧୩ ବର୍ଷ ପୂର୍ବେ ବିବାହ କରିଥିଲେ। ଯେଉଁ ସ୍ତ୍ରୀ ସହ ଏତେ ବର୍ଷ ରହୁଥିଲେ, ସାମାନ୍ୟ ଝଗଡ଼ା ପାଇଁ ସେ ନିଜ ସ୍ତ୍ରୀକୁ ଏଭଳି ନୃଶଂସ ଭାବେ ହତ୍ୟା କରିଛନ୍ତି।

କଢେଇରେ ନୁହେଁ ପ୍ରେସର କୁକରରେ କାହିିଁକି ସିଝାଇଲା ସ୍ୱାମୀ: ଗୁରୁମୂର୍ତ୍ତି ଏବଂ ମାଧବୀଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା ଲାଗିଥିଲା। ମାଧବୀ ସଂକ୍ରାନ୍ତିରେ ନିଜ ବାପ ଘରକୁ ଯିବା ପାଇଁ ଜିଦି ଧରିଥିଲେ। ଏହି ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା ଲାଗିଥିଲା। ଏହା ପରେ ଗୁରୁମୂର୍ତ୍ତି ନିଜ ସ୍ତ୍ରୀକୁ ହତ୍ୟା କରିଥିଲେ।

ଏହାପରେ ସେ ମୃତଦେହକୁ ଛୋଟ ଛୋଟ ପିସ୍ କରି କାଟିଦେଇଥିଲେ। ଏହାପରେ ଲଗାତାର ୩ ଦିନ ଧରି ପ୍ରେସର କୁକୁରରେ ସିଝାଉଥିଲେ। ସିଝାଇ ସାରିବା ପରେ ମାଂସରୁ ହାଡ଼କୁ ଅଲଗା କରି ହାଡ଼କୁ ଗୁଣ୍ଡ କରୁଥିଲେ ଏବଂ ମାଂସକୁ ଅଲଗା ରଖୁଥିଲେ।

ଏହା କରିବା ଦ୍ୱାରା ମୃତଦେହର ମାଂସ ସିଝିବା ପରେ ଭଲ ଭାବେ ପାଣିରେ ମିଶିଯିବ। ଏଥିସହ ମୃତଦେହ ସଢିବନି କି ପଚିବ ନାହିଁ ଏବଂ ଦୁର୍ଗନ୍ଧ ବି ହେବ ନାହିଁ। ଏଥିସହ ସେହି ମୃତଦେହର ପ୍ରମାଣ ମଧ୍ୟ ରହିବ ନାହିଁ।

କଢେଇରେ ସିଝାଇଥିଲେ, ଅଧିକ ସମୟ ଲାଗିଥାଆନ୍ତା, ହେଲେ ପ୍ରେସର କୁକୁରରେ ସିଝାଇବାରୁ ଖୁବଶୀଘ୍ର ସିଝିବା ସହ, ମୃତଦେହର ପରିମାଣ କମିଯାଇଛି। ଏଥିପାଇଁ ସେ ପ୍ରେସର କୁକୁରରେ ସିଝାଉଥିଲେ ମୃତଦେହ।

କ’ଣ ଚାହୁଁଥିଲା ଜହ୍ଲାଦ ସ୍ୱାମୀ: ବାହାରକୁ ବ୍ୟାଗରେ ନେବାକୁ ବି ଅଭିଯୁକ୍ତଙ୍କୁ ସୁବିଧା ହୋଇଥିଲା। ଯଦି ସେ ବାହାରେ ମୃତ ଦେହ ପକାଇଥାଆନ୍ତେ ତେବେ ଯେକୌଣସି ଉପାୟରେ ପ୍ରମାଣ ମିଳିଥାଆନ୍ତା। ସେଥିପାଇଁ ସେ ଏଭଳି ଉପାୟରେ ମୃତଦେହର ପ୍ରମାଣକୁ ନଷ୍ଟ କରିଥିଲେ।

ସମସ୍ତ ତଥ୍ୟ ସାମ୍ନାକୁ ଆସିବା ପରେ ଗୁରୁମୂର୍ତ୍ତି ନିଜର ସମସ୍ତ କାର୍ଯ୍ୟକଳାପକୁ ସ୍ୱୀକାର କରିଥିଲା। ସେ କହିଥିଲେ ଏଭଳି କରିବାର ଉଦ୍ଦେଶ୍ୟ ହେଉଛି, ମୃତଦେହକୁ ସଠିକ୍ ସ୍ଥାନରେ ଫୋପାଡିବା ଏବଂ କାହାରିକୁ କୌଣସି ସନ୍ଦେହ ହେବ ନାହିଁ।