ବାଙ୍କୀ ପିକଅପ୍ ଭ୍ୟାନ ଓଲଟିବା ଘଟଣା, ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ DEOଙ୍କ ଚିଠି,
ରେଡକ୍ରସ ପାଣ୍ଠିରୁ ୨୫ ହଜାର ଟଙ୍କା ମୃତକଙ୍କ ପରିବାରକୁ ଘୋଷଣା। ତଦନ୍ତ ଅନୁସାରେ ମାମଲା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ ଏସପି। କାହା ଅନୁମତିରେ ଅନ୍ୟ ସ୍କୁଲକୁ ପଠାଯାଉଥିଲା ହେବ ତଦନ୍ତ।
ବାଙ୍କୀ: ଜଟିଳ ହେଉଛି ବାଙ୍କୀ ପିକଅପ୍ ଭ୍ୟାନ ଓଲଟିବା ଘଟଣା। ବଢ଼ୁଛି ଗୁରୁତର ଛାତ୍ରଛାତ୍ରୀଙ୍କ ସଂଖ୍ୟା। ୧୩ଜଣ ଆହତଙ୍କୁ ଆଠଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ୧୨ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆଉ ଏହାରି ଭିତରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ଜୀବନ ମଧ୍ୟ ଯାଇଛି।
ବାଙ୍କୀ ମାଳବିହାରପୁର ସ୍କୁଲ ଛାତ୍ରଛାତ୍ରୀ ଦୁର୍ଘଟଣାରେ ମୃତାହତ ଘଟଣା। ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ DEOଙ୍କ ଚିଠି। କାର୍ଯ୍ୟାନୁଷ୍ଠାନ ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି ଲେଖିଲେ DEO।
ଏସପିଙ୍କ ପ୍ରତିକ୍ରିୟା: କାହିଁକି ଛାତ୍ରଛାତ୍ରୀଙ୍କୁ ନିଆଯାଉଥିଲା ଅନ୍ୟ ସ୍କୁଲକୁ। କାହା ଅନୁମତିରେ ୨୫ ଜଣ ପିଲା ଯାଉଥିଲେ ଅଲଗା ସ୍କୁଲ। ତା ଉପରେ ହେବ ତଦନ୍ତ। କାହିଁକି ଛାତ୍ରଛାତ୍ରୀଙ୍କୁ ପଠା ଯାଉଥିଲା ତାହାର ତଦନ୍ତ କରାଯିବ। ତଦନ୍ତ ଅନୁସାରେ ମାମଲା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି।
ଜିଲ୍ଲାପାଳଙ୍କ ପ୍ରତିକ୍ରିୟା: ଜିଲ୍ଲାପାଳଙ୍କ କହିବା କଥା ବିନା ଅନୁମତିରେ ନେଉଥିଲେ। ବାଙ୍କୀ ଦୁର୍ଘଟଣାରେ ସ୍କୁଲ ଛାତ୍ର ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ। ପିକଅପରେ ୨୫ ଜଣ ଛାତ୍ରଛାତ୍ରୀ ପରେଡ୍ ଗ୍ରାଉଣ୍ଡ ଯାଉଥିଲେ। ଆହତ ଛାତ୍ରଛାତ୍ରୀ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
ରେଡକ୍ରସ ପାଣ୍ଠିରୁ ୨୫ ହଜାର ଟଙ୍କା ମୃତକଙ୍କ ପରିବାରକୁ ଦିଆଯିବ। ଅନ୍ୟ ସ୍କୁଲକୁ ନେବାକୁ ଅନୁମତି ନଥିଲା। ହେଲେ କାହିଁକି ନେଲେ ତା ଉପରେ ତଦନ୍ତ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।