୩୦ ମିଟର ତଳକୁ ଖସିଲା ଦୃଶ୍ୟମାନ କ୍ଷମତା, ଘନ କୁହୁଡ଼ି ଯୋଗୁଁ ଯାତାୟତ ବାଧାପ୍ରାପ୍ତ
ଟ୍ୱିନ ସିଟିରେ ଘନ କୁହୁଡ଼ି, ଯାତାୟତରେ ବାଧାପ୍ରାପ୍ତ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ କଟକରେ କଲବଲ କରୁଛି ଘନ କୁହୁଡ଼ି । ପ୍ରବଳ କୁହୁଡ଼ି ଯୋଗୁଁ ୩୦ ମିଟର ଆଗକୁ ଦେଖାଯାଉନି ରାସ୍ତା । ଗାଡ଼ି ଚଳାଇବା କଷ୍ଟକର ହୋଇଥିବା ବେଳେ ଯାତାୟାତରେ ବାଧା ସୃଷ୍ଟି ହୋଇଛି ।
ରାଜଧାନୀରେ ପୁଣିଥରେ ଘନକୁହୁଡ଼ି ଦେଖିବାକୁ ମିଳିଛି । ଏହି ଘନ କୁହୁଡ଼ି ଯୋଗୁଁ ରାସ୍ତାଘାଟରେ ଲୋକେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି । ୩୦ ମିଟରୁ ତଳକୁ ଖସିଛି ଦୃଶ୍ୟମାନ କ୍ଷମତା ।
ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଦେଖିବାକୁ ମିଳିଛି । ୫୦ ମିଟର ଦୂରରୁ ଦେଖାଯାଉନି ରାସ୍ତା । କୁହୁଡ଼ି ଯୋଗୁଁ ଗାଡ଼ି ଚଳାଚଳରେ ସମସ୍ୟା ଉପୁଜିଛି । ୧୫ ଜିଲ୍ଲା ପାଇଁ ଜାରି ହୋଇଥିଲା ସତର୍କତା । ଏଥିସହ ୩୦ ତାରିଖ ଯାଏଁ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।