ସତର ହେଲା ବିଜୟ… ନିଜ ଝିଅକୁ ବଳାତ୍କାର କରିଥିବା ବାପାକୁ ଆଜୀବନ ଜେଲ

ବାପାର କୁକର୍ମ ସହି ନ ପାରି ଜୀବନ ହାରିଦେଇଛନ୍ତି ପୀଡ଼ିତା । ନ୍ୟାୟ ଦେବାରେ ମା’ ଭାଉଜର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ।

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ନିଜ ଝିଅକୁ ଦୁଷ୍କର୍ମ କରିବା ମାମଲାରେ ବାପାକୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି ଖୋର୍ଦ୍ଧା କୋର୍ଟ । ୨୩ ଜଣ ସାକ୍ଷୀ ଏବଂ ୨୬ ଦସ୍ତାବାଜ୍ ଆଧାରରେ ଦଣ୍ଡ ଶୁଣାଣି କରିଛନ୍ତି କୋର୍ଟ ।

ଘଟଣା ସମ୍ପର୍କରେ ସରକାରୀ ଓକିଲ ରାଜୀବ ସାମଲ କହିଛନ୍ତି, ଏ ଘଟଣା ନିନ୍ଦନୀୟ ଏବଂ ଲଜ୍ଜାଜନକ । ସଭ୍ୟ ସମାଜ ପାଇଁ ଏହା ଖରାପ ପ୍ରଭାବ ପକାଇବ ।

୨୦୨୧ ଏପ୍ରିଲ ୯ ତାରିଖରେ ସହିଦନଗର ଥାନା ପୀଡ଼ିତା ନିଜ ବାପାଙ୍କ ନାଁରେ ବଳାକ୍ରାର ଅଭିଯୋଗ ଆଣିଥିଲେ । ଝିଅକୁ ଡରା ଧମକା କରି ୪ ମାସ ହେବ ନିଜ ବାପା ତାଙ୍କ ସହ ଶରୀରିକ ସମ୍ପର୍କ ରଖୁଥିବା ପୀଡ଼ିତା ଉଲ୍ଲେଖ କରିଥିଲେ ।

ପୋକ୍ସୋ ଆକ୍ଟରେ ବାପାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରବର୍ତ୍ତୀ ସମୟରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ । ପୀଡ଼ିତାଙ୍କ ୨ ଭାଇ ବାପାଙ୍କ ସପକ୍ଷାରେ ଥିବାବେଳେ ମା’ ଓ ଭାଉଜ ପୀଡ଼ିତାଙ୍କ ସପକ୍ଷରେ ରହିଥିଲେ । କିନ୍ତୁ ନ୍ୟାୟ ଜିତିଲା ଓ ପାପି ବାପା ବନ୍ଧା ହୋଇ ସଜା କାଟିଲା ।