ମହାକୁମ୍ଭ ମେଳାରେ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ, ୯୦ ଜଣ ଆହତ

ପ୍ରୟାଗରାଜ: ମହାକୁମ୍ଭ ମେଳାରେ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି, ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି।। ଆହତମାନେ କୁମ୍ଭ ଅଞ୍ଚଳର ସେକ୍ଟର-୨ସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଏହି ଦୁର୍ଘଟଣାକୁ ନେଇ ଡିଆଇଜି କୁମ୍ଭ ଓ ମେଳା ଅଧିକାରୀମାନେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। ଡିଆଇଜି କହିଛନ୍ତି, “ଆଜି ମହାକୁମ୍ଭ ପ୍ରୟାଗରାଜରେ ପ୍ରବଳ ଭିଡ଼ର ଚାପ ରହିଥିଲା। ଏହି କାରଣରୁ ବ୍ୟାରିକେଡ୍ ଭାଙ୍ଗି ଦିଆଯାଇଥିଲା।

ଏହାପରେ ଭିଡ଼ ଲୋକଙ୍କ ଦଳାଚକଟା ଆରମ୍ଭ ହୋଇଥିଲା। ସମୁଦାୟ ୯୦ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା।

ଡିଆଇଜି ମେଳା ବୈଭବ କ୍ରିଷ୍ଣା କହିଛନ୍ତି, ମହାକୁମ୍ଭରେ ରାତି ୧ଟାରୁ ୨ଟା ମଧ୍ୟରେ ଏହି ଅଘଟଣ ଘଟିଥିଲା। ଏଥିରେ ୯୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କର ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରୁ ୨୫ ଜଣଙ୍କ ପରିଚୟ ମିଳିଛି। ଅନ୍ୟ ୫ ଜଣଙ୍କୁ ଚିହ୍ନଟ କରାଯାଉଛି।