ମହାକୁମ୍ଭ ଦଳାଚକଟାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା

ପ୍ରୟାଗରାଜ: ମହାକୁମ୍ଭ ଦଳାଚକଟାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା। ୨୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା କେଲ ୟୁପି ମୁଖ୍ୟମନ୍ତ୍ରୀ।

ଘଟଣାର ତଦନ୍ତ କରିବ ଜୁଡିସିଆଲ କମିଶନ। ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ। ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ସହ ୯୦ରୁ ଅଧିକ ଆହତ ହୋଇଛନ୍ତି।

ଏହାବ୍ୟତୀତ ଜୁଡିସିଆଲ କମିଟିକୁ ନେଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ୩ ଜଣିଆ କମିଟି ଅଧୀନରେ ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ତୃତୀୟ ଘୋଷଣା ସ୍ୱରୂପ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ପ୍ରୟାଗରାଜ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ୨୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି।

ନ୍ୟାୟିକ କମିଶନ ସମଗ୍ର ମାମଲାର ତଦନ୍ତ କରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଓ ଡିଜିପି ଥରେ ପ୍ରୟାଗରାଜ ଗସ୍ତ କରି ଆବଶ୍ୟକ ପଡ଼ିଲେ ସେସବୁ ବିଷୟରେ ଅନୁଧ୍ୟାନ କରିବେ।