ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ରାଶି କ’ଣ, ଏହି ରାଶି ବିଶେଷତ୍ୱ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ…
କାଲି ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେଉଁ ରାଶିର ବ୍ୟକ୍ତି ଚାଲନ୍ତୁ ଜାଣିବା ।
ଓଡ଼ିଶା ଭାସ୍କର: ଆସନ୍ତାକାଲି ଆସିବାକୁ ଯାଉଛି ବଜେଟ୍ । ଯାହାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ସମସ୍ତଙ୍କ ନଜର । ନିର୍ମଳା ଭାରତବାସୀଙ୍କ ପାଇଁ କେଉଁ ପ୍ରକାର ବଜେଟ ପ୍ରସ୍ତୁତ କରିଛନ୍ତି ତାକୁ ନେଇ ଆଗ୍ରହ । କାଲିର ବଜେଟ୍ ଲୋକଙ୍କ ପାଇଁ କେତେ ପରିମାଣରେ ଉପକାର କରିବ ତାକୁ ଦେଖିବା ଏବେ ବାକି ।
ବଜେଟକୁ ନେଇ ଦେଶବାସୀଙ୍କ ନଜର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉପରେ ଥିବାବେଳେ, ଚାଲନ୍ତୁ ଜାଣିବା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି । ଦ୍ୱିତୀୟ ଥର ପାଇଁ ଅର୍ଥମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିବା ନିର୍ମଳା କେଉଁ ରାଶିର ବ୍ୟକ୍ତି ଆପଣ ଜାନ୍ତି କି?
ନିର୍ମଳାଙ୍କ ରାଶି ହେଉଛି ସିଂହ । ୧୯୫୯ ଅଗଷ୍ଟ ୧୮ରେ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ ନିର୍ମଳା । ତାଙ୍କ ଜନ୍ମ ସ୍ଥାନ ହେଲେ ତାମିଲନାଡ଼ୁର ମଦୁରାଇ ।
କର୍ମଠ: ଜ୍ୟୋତିଷଶାସ୍ତ୍ର ଅନୁସାରେ ନିର୍ମଳା ସିଂହ ରାଶିର । କାଳପୁରୁଷ ଚକ୍ରରେ ଏହା ୫ମ ସ୍ଥାନରେ ଆସିଥାଏ । ଏହି ରାଶିର ସ୍ୱାମୀ ସୂର୍ଯ୍ୟଦେବ, ଯାହାର ପ୍ରତୀକ ସିଂହ । ଏହି ରାଶିର ଲୋକ ଖୁବ୍ ବଳଶାଳୀ ଏବଂ ବୁଦ୍ଧିମାନ ।
ସିଂହ ରାଶିର ଲୋକେ ଆତ୍ମବିଶ୍ୱାସରେ ଭରପୁର ହୋଇ ରୁହନ୍ତି । ସିଂହ ରାଶିର ଲୋକମାନେ ଅନ୍ୟ ରାଶିର ଲୋକଙ୍କ ତୁଳନାରେ ଭିନ୍ନ ହୋଇଥାନ୍ତି ।
ସିଂହ ରାଶିର ଲୋକମାନେ ନିଜ କାମକୁ ସୁଚାରୁରୂପେ ତୁଲାନ୍ତି । କାମକୁ ସେମାନେ ବେଶୀ ଗୁରୁତ୍ୱ ମଧ୍ୟ ଦିଅନ୍ତି । ଏମାନଙ୍କଠାରେ ନେତୃତ୍ୱ ନେବାର ଗୁଣ ଭରି ରହିଥାଏ । ସିଂହ ରାଶିର ସ୍ୱାମୀ ସୂର୍ଯ୍ୟଦେବ, ଯାହାଙ୍କୁ ଗ୍ରହମାନଙ୍କ ରାଜା ବୋଲି କୁହାଯାଏ ।