ବିବାହର ୩୦ ବର୍ଷ ପରେ ସ୍ତ୍ରୀ କଲା ଯୌତୁକ ନିର୍ଯାତନାର କେସ୍‌, ସ୍ୱାମୀ ହାରିଦେଲା ଜୀବନ

ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀ ଯୌତୁକ ନିର୍ଯାତନା କେସ୍ ଲଗାଇବା ପରେ, ପ୍ରାଣ ହାରିଦେଲେ ସ୍ୱାମୀ।

ନୂଆଦିଲ୍ଲୀ: ବିବାହର ୩୦ ବର୍ଷ ପରେ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ନେଇ ଥାନାରେ ପହଞ୍ଚିଛନ୍ତି। ଏହାପରେ ସ୍ୱାମୀ ଜଣକ ବିଷ ପିଇ ପ୍ରାଣ ହାରିଛନ୍ତି।

ମଧ୍ୟପ୍ରଦେଶ ଭୋପାଲର ଅବଧପୁରୀରେ ରହୁଥିବା ପତ୍ନୀ ୨୬ ଜାନୁଆରୀରେ ମହିଳା ଥାନାରେ ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ଯାତନାର କେସ ମାମଲା ରୁଜୁ କରିଥିଲେ।

ଚାରି ଦିନ ପର୍ଯ୍ୟନ୍ତ ସ୍ୱାମୀ ଦୁଃଖରେ ରହିବା ପରେ ଶୁକ୍ରବାର ଦିନ ବିଷ ପିଇ ଜୀବନ ହାରିଛନ୍ତି। ସ୍ୱାସ୍ଥ୍ୟ ବିଗିଡିବା ପରେ ତାଙ୍କ ପୁଅ ତାଙ୍କୁ ହସ୍ପିଟାଲ ନେଇକି ଯାଇଥିଲେ।

ସେଠାରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଅବଧପୁରୀ ପୋଲିସ ଏହି ଜୀବନ ହାରିବା ନେଇ ଯାଞ୍ଚ ଆରମ୍ଭ କରିଛି।

ଅବଧପୁରୀ ଥାନା ପ୍ରଭାରୀଙ୍କ ଅନୁଯାୟୀ, ୫୨ ବର୍ଷୀୟ ରାଜୀବ ଗିରି ମୁଲତ ରାୟସେନ ଜିଲ୍ଲାର ବରେଲୀରେ ନିବାସୀ। ୩୦ ବର୍ଷ ପୂର୍ବେ ରାଜୀବଙ୍କର ଜାନକୀଙ୍କ ସହ ବିବାହ ହୋଇଥିଲା।

ସେମାନଙ୍କର ଦୁଇଟି ଶିଶୁ ଥିଲେ, ଜଣେ ଝିଅର ବିବାହ ହୋଇସାରିଥିଲା। ଏଥିସହ ପୁଅ ଅବିବାହିତ ଏବଂ ସେ ଏକ ପ୍ରାଇଭେଟ କମ୍ପାନୀରେ ଚାକିରି କରନ୍ତି।

ଦୁହିଁଙ୍କ ମଧ୍ୟରେ ଗତ କିଛି ସମୟରୁ ବିବାଦ ଚାଲୁଥିଲା। ଏହାପରେ ଜାନକୀ ଯୌତୁକ ନିର୍ଯାତନାର ଅଭିଯୋଗ ଥାନାରେ ଦେଇଥିଲେ।

ସ୍ୱାମୀ ଜଣକ ହସ୍ପିଟାଲରେ ମୃତ୍ୟୁ ସହ ଲଢିବା ସମୟରେ ସ୍ତ୍ରୀ ଜଣକ ପୋଲିସ ଷ୍ଟେସନରେ ପହଞ୍ଚି କହିଥିଲେ ଯେ, ତାଙ୍କ ସ୍ୱାମୀ କେସ୍ ଉଠାଇବାକୁ ଦାବି କରୁଛନ୍ତି। ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ପୋଲିସ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏହାର କିଛି ସମୟ ପରେ ରାଜୀବ ଗିରି ମୃତ୍ୟୁ ବରଣ କରିଥିଲେ।