ଆପଣ ବି ତିଳକ ଲଗାଉଛନ୍ତି କି? ଜାଣନ୍ତୁ ଏହାର ବୈଜ୍ଞାନିକ ଫାଇଦା ସମ୍ପର୍କରେ …
ତିଳକ ଲଗେଇଲେ କି ଲାଭ ହୁଏ? କାହିଁକି ବାବାଜୀମାନେ ମାତ୍ରାଧିକ ତିଳକର ବ୍ୟବହାର କରନ୍ତି?
ଓଡ଼ିଶା ଭାସ୍କର: ପ୍ରାଚୀନ କାଳରୁ ତିଳକ ଲଗାଇବାର ପରମ୍ପରା ଭାରତରେ ରହିଛି । ଏହା ପଛରେ କେବଳ ଧାର୍ମିକ କିମ୍ବା ସାଂସ୍କୃତିକ ମହତ୍ୱ ରହିଛି ତା’ ନୁହେଁ, ଏହାପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି ।
ସାଧାରଣ ଭାବେ ତିଳକ ଧଳା କିମ୍ବା ହଳଦିଆ ରଙ୍ଗର ହୋଇଥାଏ । ଚନ୍ଦନ, ସିନ୍ଦୁର ଏବଂ ହଳଦିରେ ପ୍ରସ୍ତୁତ ହୋଇଥିବା ତିଳକ ମସ୍ତିଷ୍କକୁ ଶିତଳତା ଦିଏ । ମାନସିକ ଚିନ୍ତାକୁ ମଧ୍ୟ କମାଇବାରେ ତିଳକର ବଡ଼ ଭୂମିକା ରହିଛି ।
ଉଭେଇଯାଏ ରୋଗ: ତିଳର ଲଗାଯାଉଥିବା ସ୍ଥାନର ଚର୍ମ ତଳେ କିଛି ବିଶେଷ ପ୍ରକାର ଶୀର ଆମ ଶରୀରରେ ରହିଛି, ଯାହା ଉପରେ ତିଳକ ଲାଗିବା କାରଣରୁ ଆକ୍ୟୁପ୍ରେଶର ପ୍ରଭାବ ପଡ଼େ । ଯାହାପରେ ଶିରା ଅଧିକ ସକ୍ରିୟ ହୋଇଯାଏ ।
ତିଳକ ଲଗାଇବା ଦ୍ୱାରା ରକ୍ତ ସଞ୍ଚାଳନ ମଧ୍ୟ ଭଲ ହୋଇଥାଏ । ଯେଉଁ କାରଣରୁ ମୁଣ୍ଡ ବିନ୍ଧିବା ଚୁଟକିରେ ଦୂର ହୋଇଯାଏ । ପ୍ରତିଦିନ ତିଳକ ଲଗେଇବା ଦ୍ୱାରା ମୁଣ୍ଡବିନ୍ଧା ରୋଗ ଆପଣଙ୍କ ପାଖ ମାଡ଼ି ନ ଥାଏ ।
ମାନସିକ ଶାନ୍ତି ପ୍ରାପ୍ତି ପାଇଁ ବାବାଜୀମାନେ ବହୁମାତ୍ରାରେ ତିରଳ ନିଜ ମଥାରେ ଲଗାଇଥାନ୍ତି । ଏହାଦ୍ୱାରା ସେମାନଙ୍କ ଶରୀରକୁ ଶିତଳତା ମଧ୍ୟ ପ୍ରାପ୍ତି ହୁଏ ।