ବାଡ଼ ଖାଇଲା ଫସଲ: ଲାଞ୍ଚ ନେବା ବେଳେ ପୋଲିସ ଅଧିକାରୀଙ୍କୁ ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ୱର: ଚୋର ଡକାୟତଙ୍କୁ ସୁଧାରିବେ କ’ଣ ନିଜେ ଲାଞ୍ଚ ନେଇ ପକେଟ୍ ଗରମ କରୁଛନ୍ତି ପୋଲିସ ଅଧିକାରୀ। ମଙ୍ଗଳାର ସୁବର୍ଣ୍ଣପୁର ଜିଲ୍ଲାର ବିରାମହାରାଜପୁର ଥାନା ଏଏସଆଇ (ସହକାରୀ ସବ ଇନ୍ସପେକ୍ଟର), ବୁଦୁ ଭୋଇ ଜଣେ ବ୍ୟାଙ୍କ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲା ବେଳେ ମାଡି ବସିଛି ଭିଜିଲାନ୍ସ।

ଏକ ଦୁର୍ଘଟଣା ମାମଲାରେ ଜବତ ହୋଇଥିବା ମୋଟରସାଇକେଲକୁ ଛାଡିବା ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ୬,୦୦୦ ଟଙ୍କା ଲାଞ୍ଚ ମାଗୁଥିବା ଏବଂ ନେଉଥିବା ସମୟରେ ଓଡିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତ ଏକ ମାସ ଧରି, ଅଭିଯୋଗକାରୀ ଅଭିଯୁକ୍ତ ଏଏସଆଇ ଭୋଇଙ୍କୁ ତାଙ୍କ ମୋଟରସାଇକେଲ ଛାଡିବା ପାଇଁ ଅନୁରୋଧ କରି ଆସୁଥିଲେ। କିନ୍ତୁ, ଭୋଇ ଏହାକୁ ଛାଡିବା ପାଇଁ ୬,୦୦୦ ଟଙ୍କା ଲାଞ୍ଚ ମାଗୁଥିଲେ।

ଅନେକ ଧାଁ ଧପଡ଼ କରିବା ପରେ ଅନେକ ହଇରାଣ ହେବା ପରେ ଶେଷରେ ବ୍ୟକ୍ତି ଜଣକ ଘଟଣା ବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଦଳ ଆଜି ଅଭିଯୋଗକାରୀଙ୍କଠାରୁ 6,000 ଟଙ୍କା ଲାଞ୍ଚ ନେଉଥିବା ସମୟରେ ଅଭିଯୁକ୍ତ ASI ଭୋଇଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି।

ଏହାପରେ ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ସନ୍ଧାନରେ ଭୋଇଙ୍କ ଦୁଇଟି ଠିକଣାରେ ଏକକାଳୀନ ତଲାସ ଚାଲିଛି। ଏହି ସମ୍ପର୍କରେ, ସମ୍ବଲପୁର ଭିଜିଲାନ୍ସ ଏକ ମାମଲା ରୁଜୁ କରି ASIଙ୍କ ବିରୁଦ୍ଧରେ ତଦନ୍ତ ଜାରି ରଖିଛି।