କଟକ: ବାରବାଟୀ ଦିନିକିଆ ମ୍ୟାଚ୍ ପାଇଁ ଆଜି ବିକ୍ରି ହେବ ଅଫ୍ ଲାଇନ୍ ଟିକେଟ୍ । ବାରବାଟୀ ଟିକେଟ୍ କାଉଣ୍ଟର ବାହାରେ ଲାଗିଛି ଭିଡ଼ । ଗତକାଲି ଦିନ ୨ଟାରୁ ଲୋକେ କାଉଣ୍ଟର ଆଗରେ ଭିଡ଼ କରି ଛିଡ଼ା ହୋଇଥିବା ସୂଚନା ।
ଅନ୍ ଲାଇନରେ ଟିକେଟ୍ ବିକ୍ରି ସରିଥିବାବେଳେ, ଅଫ୍ ଲାଇନ୍ ଟିକେଟ୍ ବିକ୍ରି ଆଜିଠାରୁ ଆରମ୍ଭ ହେବ । ଦିନ ୯ଟାରେ କାଉଣ୍ଟର ଖୋଲିବ । ସୂଚନା ଯୋଗ୍ୟ, ୧୨,୦୦୦ ଟିକେଟ୍ ବିକ୍ରି ବେହାର ଅଛି । ଲୋକମାନେ 17 ଘଣ୍ଟାରୁ ଅଧିକ ସମୟ ଟିକେଟ ପାଇଁ ଛିଡା ରହିଛନ୍ତି ।
୯ ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍ । ୬ ବର୍ଷ ପରେ ବାରବାଟୀରେ କ୍ରିକେଟ୍ ମ୍ୟାଚ୍ ହେବାକୁ ଯାଉଥିବାବେଳେ ଏ ନେଇ ଓଡ଼ିଶାବାସୀ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।