Breaking: ମୃତକଙ୍କ ପରିବାରକୁ ମିଳିବ ୪ଲକ୍ଷ ଲେଖାଏଁ ସହାୟତା ରାଶି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପ୍ରତି ମୃତକଙ୍କ ପରିବାରକୁ ମିଳିବ ସହାୟତା ରାଶି। ପ୍ରାଣ ହରାଇଥିବା ପ୍ରତ୍ୟେକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପାଣ୍ଠିରୁ ମିଳିବ ସହାୟତା।
ଭୁବନେଶ୍ୱର: ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର। ବିପର୍ଯ୍ୟୟ ପାଣ୍ଠିରୁ ପ୍ରତି ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଲେଖାଏଁ ସହାୟତା ରାଶି।
ଆଜି ସକାଳେ କୁଆଖାଇ ନଦୀରେ ବୁଡ଼ି ଯାଇଥିଲେ ଦୁଇ ଦଶମ ଶ୍ରେଣୀ ଛାତ୍ର। ଗଭୀର ଶୋକ ପ୍ରକାଶ କରିବା କରିବା ସହ, ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ।
ସକାଳେ ଟିଉସନ ସାରଙ୍କ ସହ ନଦୀକୁ ସରସ୍ୱତୀ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ କୁଆଖାଇ ନଦୀରେ ବୁଡିଯାଇଥିଲେ ୨ଜଣ ୧୫ ବର୍ଷୀୟ ଛାତ୍ର। ପୋଲିସ ମଧ୍ୟ ଶିକ୍ଷକଙ୍କୁ ପଚରା ଉଚରା କରୁଛି। ଏବେ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାରକୁ ସହାୟତା ରାଶି ଦେବା ନେଇ ଘୋଷଣା କରିଛନ୍ତି।