ବାପରେ ବାପ … କୁକୁଡ଼ାକୁ ମାଡ଼ୁଥିଲା ଶୀତ, ନିଆଁ ପାଖରେ ସେକି ହେଲାବେଳେ କ’ଣ ଘଟିଲା ଦେଖନ୍ତୁ video

ଜୀବନ ବିକଳରେ ରଡ଼ି କଲା କୁକୁଡ଼ା । ଧାଇଁ ଆସିଲେ ମାଲିକ ।

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଫନି ବା କୌତୁହଳ ଭିଡିଓର କୌଣସି ଅଭାବ ନାହିଁ । ପ୍ରତ୍ୟେକ ଦିନ ଶହ ଶହ ଫନି ଭିଡିଓ ଏକ୍ସ, ଫେସବୁକ୍, ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି ।

ସେମିତି ଏକ ଭିଡିଓ ଏକ୍ସରେ ଦ୍ରୁତ ବେଗରେ ପ୍ରସାର ହେଉଥିବା ଦେଖିବାକୁ ମିଳିଛି । ଭାଇରାଲ ଭିଡିଓ ଅନୁସାରେ, କଳା ରଙ୍ଗର କୁକୁଡ଼ା ଗ୍ୟାସ୍ ଉପରେ ବସିଥିବାର ଦେଖିବାକୁ ମିଳିଛି । କୁକୁଡ଼ାର ଡେଣା ଓ ପରରେ ନିଆଁ ଲାଗିଯାଇଥିବାବେଳେ ସେ ଜୋରେ ରଡ଼ି ଛାଡ଼ୁଥିବାର ଦେଖାଯାଇଛି ।

ଏହାପରେ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ହାତ ପଙ୍ଖାରେ ତା’ ହେଦରୁ ନିଆଁ ଲିଭାଇ ଦେଉଛନ୍ତି । ସାଙ୍ଗେ ସାଙ୍ଗେ କୁକୁଡ଼ାଟି ସେଠାରେ ଉଡ଼ିଯାଇଥିବା ଦେଖିବାକୁ ମିଳିଛି ।

ଭାଇରାଲ ଫନି ଭିଡିଓ ଦେଖି ସୋସିଆଲ ମିଡିଆ ୟୁଜର ମଜାଳିଆ କମେଣ୍ଟ ଦେବା ସହ ଭିଡିଓକୁ ବହୁଳମାତ୍ରାରେ ଶେୟାର ମଧ୍ୟ କରିଛନ୍ତି ।