ବିଜୱାସନରେ ଆପ୍ କରିବ କି ହ୍ୟାଟ୍ରିକ୍? ଜାଣନ୍ତୁ କିଏ ଦେବ ବିଜେପିର କୈଲାଶ ଗେହଲଟଙ୍କୁ ଟକ୍କର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି । ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ଆରମ୍ଭ ହୋଇଛି ଗଣତି । ଇଭିଏମରେ ସିଲ୍ ରହିଛି ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ।
ବିଜେପି, ଆପ୍ ନା କଂଗ୍ରେସ କିଏ ମାରିବ ବାଜି? ରେଜଲ୍ଟ ଉପରେ ରହିଛି ସମସ୍ତଙ୍କ ନଜର ।

କାହାର ହେବ ବିଜୱାସନ୍?

ଏଥିମଧ୍ୟରେ ଦିଲ୍ଲୀର ବିଜୱାସନ୍ ବିଧାନସଭା ଆସନକୁ ନେଇ ରୋଚକ ମୁକାବିଲାକୁ ନେଇ ଉତ୍ସୁକତା ବଢ଼ି ଚାଲିଛି । ଚଳିତ ବର୍ଷ ଏହି ଆସନରେ ତ୍ରୀକୋଣୀୟ ମୁକାବିଲା ଦେଖିବାକୁ ମିଳିବ ।

ସୁରେନ୍ଦର ଭରଦ୍ୱାଜ୍(ଆପ୍), କୈଳାଶ ଗେହଲଟ୍(ବିଜେପି) ଏବଂ ଦେବେନ୍ଦ୍ର ଶେହରାୱତ(କଂଗ୍ରେସ) ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ଗେହଲଟଙ୍କ ଉପରେ ନଜର: ଆପ୍ ଛାଡ଼ି ବିଜେପିରେ ଯୋଗ ଦେଇଥିବା କୈଳାଶ ଗେହଲଟଙ୍କ ଉପରେ ରହିଛି ସମସ୍ତଙ୍କ ନଜର ।

ଏହା ପୂର୍ବରୁ ଦିଲ୍ଲୀର ନଜଫଗଡ଼ ଆସନରୁ ଆପ୍ ପ୍ରାର୍ଥୀ ଥିବା କୈଳାଶ ଗେହଲଟ୍ ୨୦୧୫ ଏବଂ ୨୦୨୦ରେ ନିର୍ବାଚନ ଜିତିଥିଲେ ।

କହିରଖୁଛୁ ଦିଲ୍ଲୀରେ ଆପ୍ ସରକାର ସମୟରେ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱରେ କୈଳାଶ ଦୀର୍ଘ ସମୟ ପର୍ଯ୍ୟନ୍ତ ପରିବହନ ମନ୍ତ୍ରୀ ଥିଲେ ।

ବିଜୱାସନ୍ ଆସନ ଗଠନ: ୨୦୦୮ରେ ବିଜୱାସନ୍ ଆସନ ଗଠନ ହୋଇଥିଲା । ଦକ୍ଷିଣ ଦିଲ୍ଲୀ ଲୋକସଭା ନିର୍ବାଚନ ମଣ୍ଡଳୀର ଏକ ଅଂଶ ।

ଏହା ସହ ସଂଗମ ବିହାର, ଆମ୍ବେଦକର ନଗର, ଛତ୍ରପୁର, ଦେଓଲି, କାଲକାଜୀ, ତୁଗଲକାବାଗ, ପାଲମ, ବଦରପୁର ଏବଂ ମେହରୌଲି ମଧ୍ୟ ଏକ ଅଂଶ ।

୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ

ଭୂପିନ୍ଦର ସିଂହ ଜୁନ୍ (ଆପ୍)- ୫୭,୨୭୧ ଭୋଟ୍ (ବିଜୟୀ)

ସତ ପ୍ରକାଶ ରାଣା (ବିଜେପି)- ୫୬,୫୧୮ ଭୋଟ୍

ପ୍ରବୀଣ ରାଣା (କଂଗ୍ରେସ)- ୫,୯୩୭ ଭୋଟ୍

୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ

ଦେବେନ୍ଦ୍ର ସେହରାୱତ ଆପ୍)- ୬୫,୦୦୬ ଭୋଟ (ବିଜୟୀ)

ସତ ପ୍ରକାଶ ରାଣା (ବିଜେପି)- ୪୫,୪୭୦ ଭୋଟ୍

ବିଜୟ ସିଂହ ଲୋଚଭ (କଂଗ୍ରେସ)- ୫,୨୫୮ ଭୋଟ୍