ଜିତିଲେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା, କାଲକାଜି ଆସନରୁ ହେଲେ ବିଜୟୀ

ନୂଆଦିଲ୍ଲୀ: ଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଜିତିଲେ। କାଲକାଜି ଆସନରୁ ଆତିଶୀ ବିଜୟୀ। ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ଫେରୁଛି ବିଜେପି ।

ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ବିଜେପି ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ୪୬ଟି ଆସନରେ ଆଗୁଆ ରହିଛି।

ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟ ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ମୋଟ ୨୨ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ଗୋଟିଏ ବି ଆସନ ଜିତିପାରିନାହିଁ।

ଏହି ପରିବର୍ତ୍ତନରେ ଆପ୍ ପ୍ରାର୍ଥୀ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀରୁ ଏବଂ ସିସୋଦିଆ ଜଙ୍ଗପୁରା ଆସନରୁ ନିର୍ବାଚନ ହାରିଥିଲେ। ମୁଖ୍ୟମନ୍ତ୍ରୀ ଆତିଶୀ କାଲକାଜୀ ଆସନରୁ ନିର୍ବାଚନ ଜିତିଛନ୍ତି।

ସତ୍ୟେନ୍ଦ୍ର ଜୈନ ମଧ୍ୟ ନିର୍ବାଚନ ହାରିଯାଇଛନ୍ତି। ସେପଟେ କେଜ୍ରିୱାଲଙ୍କୁ ପରାସ୍ତ କରିଥିବା ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମା ଅମିତ ଶାହାଙ୍କୁ ଭେଟିଛନ୍ତି ।

ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଉତ୍ସବ ଚାଲିଛି। ସନ୍ଧ୍ୟା ୭ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ମୁଖ୍ୟାଳୟରେ ପହଞ୍ଚି କର୍ମୀମାନଙ୍କ ମଧ୍ୟରେ ଭାଷଣ ଦେବେ।