କଟକ: ଇଂଲଣ୍ଡ-ଭାରତ ମଧ୍ୟରେ ଚାଲିଥିବା ୱାନ ଡେ ମ୍ୟାଚ ଅଧାରୁ ଅଟକି ଯାଇଥିଲା। ବାରବାଟୀ ଷ୍ଟାଡିୟମର ଫ୍ଲଡ୍ ଲାଇଟ୍ କଟିଯାଇଥିବାରୁ ମ୍ୟାଚ ୨୫ ମିନିଟ ପାଇଁ ସ୍ଥଗିତ ଥିଲା। ତେବେ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ଘଟିଛି।
ଲାଇଟ୍ କବିବାରୁ ଅଟକିଥିଲା ମ୍ୟାଚ। ତେବେ ଲାଇଟ ଜଳିବା ପରେ ପୁଣିଥରେ ଆରମ୍ଭ ହେଲା ଖେଳ। ପଡ଼ିଆକୁ ଫେରିଲେ ଖେଳାଳି। ବର୍ତ୍ତମାନ ପୂର୍ବଭଳି ଚାଲିବ ମ୍ୟାଚ।
କ୍ଲବ ଟାୱାର ପାଖରୁ ପଳାଇଥିଲା ଲାଇଟ। ଦୁଇ ଓପନର ଖେଳି ନ ପାରି ପ୍ୟାଭିଲିୟନ ଫେରିଥିଲେ। ଏପରି ଅଭାବନୀୟ ସ୍ଥିତି ପାଇଁ ଦର୍ଶକ କିଛି ସମୟ ପାଇଁ ନିରାଶ ହୋଇଯାଇଥିଲେ। ଏହି ଲାଇଟ କଟିବା ନେଇ ରୋହିତ ଶର୍ମା ମଧ୍ୟ ନିରାଶ ହୋଇଥିଲେ। ହେଲେ ବର୍ତ୍ତମାନ ଏହି ମ୍ୟାଚ ଆରମ୍ଭ ହୋଇଛି।