ବୈଜ୍ଞାନିକଙ୍କର ଛାତିଥରା ଆକଳନ.. ଫାଟିଯିବ ପୃଥିବୀ, ପାଣିରେ ମିଶିଯାଇପାରେ ଏହି ଦେଶ

ଟେକ୍ଟୋନିକ ଫୋର୍ସ ଦ୍ୱାରା ଆଫ୍ରିକାରେ ଏକ ନୂତନ ସମୁଦ୍ର ସୃଷ୍ଟି ହେଉଛି । ଏହି କାରଣରୁ ପୂର୍ବ ଆଫ୍ରିକା ଦୁଇଟି ଭାଗରେ ବିଭକ୍ତ ହେବାକୁ ଯାଉଛି ।

ନୂଆଦିଲ୍ଲୀ; ବୈଜ୍ଞାନିକଙ୍କ ମତରେ, ପୃଥିବୀ ତଳେ ଥିବା ଭୂକମ୍ପ ଶକ୍ତି ଦ୍ରୁତ ଗତିରେ ଭୂମିକୁ ପୁନଃଆକୃତି ଦେଉଛି > ଯାହା ଯୋଗୁଁ ଆଫ୍ରିକା ମହାଦେଶ ସମ୍ପୂର୍ଣ୍ଣ ଭାଙ୍ଗିଯିବ ଏବଂ ପୃଥିବୀର ମାନଚିତ୍ର ସବୁଦିନ ପାଇଁ ବଦଳିଯିବ ।

10 ବର୍ଷରେ ହେବ ପରିବର୍ତ୍ତନ- ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ପୂର୍ବରୁ ଏହି ପ୍ରକ୍ରିୟା ଲକ୍ଷ ଲକ୍ଷ ବର୍ଷ ଧରି ଚାଲିବାକୁ ଥିଲା, କିନ୍ତୁ ଏବେ ଏହା ଆଗାମୀ 10 ଲକ୍ଷ ବର୍ଷ କିମ୍ବା ତା’ଠାରୁ ମଧ୍ୟ କମ୍ ସମୟ ମଧ୍ୟରେ ଦ୍ରୁତ ଗତିରେ ସମାପ୍ତ ହେବାକୁ ଯାଉଛି । ଆଫ୍ରିକୀୟ ଏବଂ ସୋମାଲିଆ ପ୍ଲେଟଗୁଡ଼ିକ ପ୍ରତିବର୍ଷ ୦.୮ ସେଣ୍ଟିମିଟର ହାରରେ ଅଲଗା ହେଉଥିବା ଦେଖାଯାଉଛି ।

ଏହି ଚାଲୁଥିବା ପ୍ରକ୍ରିୟା ପୂର୍ବ ଆଫ୍ରିକାକୁ ଦୁଇ ଭାଗରେ ବିଭକ୍ତ କରୁଛି । ଏହା ଯୋଗୁଁ, ବଡ଼ ପରିମାଣରେ ଫାଟ ସୃଷ୍ଟି ହେଉଛି ଏବଂ ଜମିର କିଛି ଅଂଶ ଦୁର୍ବଳ ହେଉଛି ।

ଇଥିଓପିଆର ଆଫାର ଅଞ୍ଚଳରେ 60 କିଲୋମିଟର ଲମ୍ବା ଏକ ଫାଟ ସୃଷ୍ଟି ହୋଇସାରିଛି ।  ଏହାର ଗଭୀରତା 10 ମିଟର ରହିଛି ।

ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଫାଟ ସମଗ୍ର ଆଫ୍ରିକା ମହାଦେଶକୁ ଆହୁରି ଖଣ୍ଡ ବିଖଣ୍ଡିତ କରିବ । ଯାହା ପରେ ଏକ ନୂତନ ସମୁଦ୍ର ସୃଷ୍ଟି ହେବ। ଏହି ଫାଟ ପୂର୍ବ ଆଫ୍ରିକାର କିଛି ଅଞ୍ଚଳକୁ ମହାଦେଶର ଅନ୍ୟ ଅଂଶଠାରୁ ସମ୍ପୂର୍ଣ୍ଣ ଭାବରେ ପୃଥକ କରିପାରେ ।

୨୦୦୫ ମସିହାରେ, ଇଥିଓପିଆରେ ୪୨୦ ରୁ ଅଧିକ ଭୂମିକମ୍ପ ହୋଇଥିଲା, ଯାହା ଫଳରେ ଏକ ବିରାଟ ଫାଟ ସୃଷ୍ଟି ହୋଇଥିଲା ଏବଂ ଭୂମି ଫାଟି ଯାଇଥିଲା। ବୈଜ୍ଞାନିକମାନଙ୍କ ମତରେ, ଏହି ପ୍ରକ୍ରିୟା କିଛି ଶତାବ୍ଦୀରେ ଘଟେ, କିନ୍ତୁ ଏହା ମାତ୍ର କିଛି ଦିନରେ ଘଟିଥିଲା । ବୈଜ୍ଞାନିକଙ୍କ ଆକଳନ ବର୍ତ୍ତମାନ ଚିନ୍ତାର କାରଣ ସାଜିଛି ।