କାଉଣ୍ଟର ଟିକେଟଠାରୁ କାହିଁକି ମହଙ୍ଗା ହୋଇଥାଏ ଅନଲାଇନ ଟ୍ରେନ ଟିକେଟ, ରେଳ ମନ୍ତ୍ରୀ ଦେଲେ ଜବାବ
ରେଲୱେରେ କାଉଣ୍ଟର ଟିକେଟ ଅପେକ୍ଷା ଅନଲାଇନ ଟିକେଟ ମହଙ୍ଗା, ତେବେ ଆସନ୍ତୁ ଜାଣିବା ଏହାର କାରଣ
ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ କୋଟି କୋଟି ଲୋକେ ଟ୍ରେନରେ ଯାତ୍ରା କରୁଛନ୍ତି। ପର୍ବ-ପର୍ବାଣୀ ଏବଂ ବିବାହ-ମହୋତ୍ସବ ସିଜନରେ ରେଳ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ। ଦିନେ ସମୟ ଥିଲା ଯାତ୍ରୀମାନେ ରିଜର୍ଭେସନ କରିବା ଲାଗି କାଉଣ୍ଟରକୁ ଯାଇ ଟିକେଟ ବୁକ୍ କରୁଥିଲେ।
ହେଲେ ବର୍ତ୍ତମାନ ଏହା ଡିଜିଟାଲ ହୋଇଯାଇଛି, ବର୍ତ୍ତମାନ ଅନଲାଇନରେ ଟିକେଟ ବୁକିଂ ବୃଦ୍ଧି ପାଇଛି। ତେବେ ଆସନ୍ତୁ ଜାଣିବା ଅଫଲାଇନ ଠାରୁ ଅନଲାଇନରେ ଟ୍ରେନ ଟିକେଟ କାହିଁକି ଅଧିକ।
କାହିିଁକି ମହଙ୍ଗା ଅନଲାଇନ ଟ୍ରେନ ଟିକେଟ: ଶିବସେନା(ଉଦ୍ଧବ ଠାକରେ)ର ନେତା ସଞ୍ଜୟ ରାଉତ ରାଜ୍ୟସଭାରେ ଅନଲାଇନ ଟିକେଟର ମୂଲ୍ୟକୁ ନେଇ ଏକ ପ୍ରଶ୍ନ କରିଥିଲେ।
ସଞ୍ଜୟ ପଚାରିଥିଲେ ଯେ, କାଉଣ୍ଟର ଟିକେଟ ତୁଳନାରେ ଅନଲାଇନ ଟିକେଟ ମହଙ୍ଗା କାହିଁକି। ଏହି ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ଆଇଆରସିଟିସିକୁ ଅନଲାଇନ ଟିକେଟିଂ ସିଷ୍ଟମର ମେଣ୍ଟେନାନ୍ସ, ଅପଗ୍ରେଡେସନ ଏବଂ ଏକ୍ସପେଂସନରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ।
ସେ କହିଛନ୍ତି ଯେ, ଏହି ଖର୍ଚ୍ଚର ଭରଣ ପାଇଁ ଆଇଆରସିଟିସି ଯାତ୍ରୀମାନଙ୍କଠାରୁ ଟିକେଟ ବୁକ କରିବା ଲାଗି କନ୍ଭିନିଏନ୍ସ ଫିସ୍ ଚାର୍ଜ କରିଥାଏ।