ସମୁଦ୍ର ଭିତରେ ଯୁବକଙ୍କୁ ଗିଳିଦେଲା ତିମି, ଭିଡ଼ିଓ କରୁଥିଲେ ବାପା

ଜୀଅନ୍ତା ଯୁବକଙ୍କୁ ପାଣି ଭିତରେ ଗିଳିଦେଲା ତିମି। ପୁଅକୁ ବଞ୍ଚାଇବା ବଦଳରେ ପାଖରେ ଥାଇ ଭିଡ଼ିଓ କରୁଥିଲେ ବାପା। ଭାଇରାଲ ହେଉଛି ଭିଡ଼ିଓ।

ଓଡ଼ିଶା ଭାସ୍କର: ଆପଣମାନେ ଅନେକ ସମୟରେ ସମୁଦ୍ର ଭିତରେ କାୟାକିଂର ମଜା ନେବାକୁ ଚାହିଁଥିବେ। ବା ଆଉ କେହି କାୟାକିଂର ମଜା ନେବା ସମୟରେ ଆପଣ ଦୂରରେ ଥାଇ ସେ ଦୃଶ୍ୟ ଦେଖୁଥିବେ।

ହେଲେ ଭାବିଲେ ଠିକ୍ ସେହି ସମୟରେ ସମୁଦ୍ର ଭିତରେ କାୟାକିଂର ମଜା ନେବା ସମୟରେ ଏକ ବିଶାଳ କାୟ ତିମି ଆପଣଙ୍କ ପାଖକୁ ଚାଲି ଆସିବ। ଆଉ ଆପଣଙ୍କୁ ଗିଳି ଦେବାକୁ ଚେଷ୍ଟା କରିବ। ସେତେବେଳେ ଆପଣଙ୍କ ରିଆକ୍ସନ କିପରି ଥିବ। ଠିକ୍ ସେହିପରି ଏବେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

ଗିଳି ଦେଲା ତିମି: ତେବେ ଘଟଣାକ୍ରମରେ ସମୁଦ୍ର ଭିତରେ ଜଣେ ୨୪ ବର୍ଷୀୟ ଯୁବକ ତାଙ୍କ ବାପାଙ୍କ ସହ କାୟାକିଂର ମଜା ନେଉଥିଲେ। ଆଉ ଠିକ୍ ସେହି ସମୟରେ ସମୁଦ୍ର ଭିତରୁ ଏକ ବିଶାଳ କାୟ ତିମି ଯୁବକଙ୍କ ପାଖକୁ ଆସିଥିଲା। ଆଉ ବାପାର ଆଖି ସାମ୍ନାରେ ପୁଅକୁ ଗିଳି ଦେଇଥିଲା।

ଭିଡ଼ିଓ କରିଥିଲେ ବାପା: ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ଏହା କି ଆମେ ସାଧାରଣତଃ ଅନେକ ସମୟରେ ଦେଖିଥିବା ଯେତେବେଳେ ପିଲାମାନଙ୍କ ଉପରେ ବିପଦ ଆସେ, ସେତେବେଳେ ବାପା ମା ମାନେ ନିଜ ଜୀବନକୁ ପାଣି ଛଡ଼େଇ ନିଜ ପିଲାକୁ ରକ୍ଷା କରିବାକୁ ଚେଷ୍ଟା କରନ୍ତି।

ହେଲେ ଏଠି କିଛି ନୂଆ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେତେବେଳେ ତିମିଟି ପାଣି ଭିତରେ ୨୪ ବର୍ଷୀୟ ଯୁବକକୁ ଗିଳୁ ଥିଲା ତାହାର ଭିଡ଼ିଓ ନିଜେ ସୁଟ୍ କରୁଥିଲେ ବାପା। ଆଉ ଏବେ ସେହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯୁବକଙ୍କ ଅବସ୍ଥା: ତେବେ ଆସ୍ୱସ୍ଥିକର କଥା ଏହା କି ଏହି ଘଟଣାରେ ଯୁବକଙ୍କ ଜୀବନ ଯାଇନି। ବରଂ ସେ ବଞ୍ଚିଯାଇଛନ୍ତି। ହେଲେ ଆପଣମାନେ ଏଠି ଭାବୁଥିବେ ତିମି ଜଣକୁ ଗିଳିଲା ପରେ ବି ସେ ବଞ୍ଚିବେ କିପରି।

ହଁ ଯୁବକଙ୍କୁ ତିମିଟି ପାଣି ଭିତରେ ଗିଳି ଦେଇଥିଲା ସତ। କିନ୍ତୁ ସଙ୍ଗେ ସଙ୍ଗେ କିଛି ସେକେଣ୍ଡ ମଧ୍ୟରେ ଯୁବକଙ୍କୁ ପାଟିରୁ କାଢି ଦେଇଥିଲା। ଫଳରେ ଯୁବକଙ୍କ ଜୀବନ ବଞ୍ଚିଯାଇଛି। ଭଗବାନଙ୍କ ଦୟାରୁ ତିମି ତାଙ୍କୁ ପାଟିରୁ କାଢି ଦେଇଥିଲା ଏବଂ ପରେ ଉଭୟ ବାପ ପୁଅ କୂଳକୁ ସୁରକ୍ଷିତ ଭାବେ ଆସିବାକୁ ସକ୍ଷମ ହୋଇଥିଲେ ।

ଏହି ଭୟଙ୍କର ଘଟଣାଟି ଚିଲିର ଦକ୍ଷିଣ ପାଟାଗୋନିଆ ଅଞ୍ଚଳର ମାଗେଲାନ୍ ପ୍ରଣାଳୀର ସାନ୍ ଇସିଡ୍ରୋ ଲାଇଟହାଉସ୍ ନିକଟରେ ଘଟିଥିଲା ବୋଲି କୁହାଯାଉଛି।