Breaking: ବାଲୁଗାଁରେ ଭୟାବହ ଅଗ୍ନିକାଣ୍ଡ, ୧୪ ବଖରା ଘର ଜଳି ପାଉଁଶ

ବାଲୁଗାଁ: ଜଳିଗଲା ୮ ପରିବାରର ୧୪ ବଖରା ଘର । ବାଲୁଗାଁ ନାଚୁଣି ପୁରୁଣା ସାହିରେ ଭୟାବହ ଅଗ୍ନିକାଣ୍ଡ ।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ।

ଘରଗୁଡ଼ିକ ପାଖକୁ ଲାଗାଲଗି ହୋଇଥିବାରୁ ନିଆଁ ସହଜରେ ବ୍ୟାପିଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ ।

ଅଗ୍ନିଶମ ବାହିନୀର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଘରେ ଥିବା ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଥିବା ଜଣାପଡ଼ିଛି ।