କେଉଁ ସଙ୍କେତ ଦିଏ ଚୁଲିରେ କ୍ଷୀର ଉତୁରିବା, ଜାଣନ୍ତୁ ଭଲ ନା ଖରାପ
ଗ୍ୟାସରେ ବା ଚୁଲାରେ ବସିଥିବା କ୍ଷୀର ଉତୁରିବା, ଭଲ ସଙ୍କେତ ଦିଏ ନା ଖରାପ, ଆସନ୍ତୁ ଜାଣିବା
ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ରରେ କ୍ଷୀରକୁ ଅମୃତ ବୋଲି ବିବେଚନା କରାଯାଇଛି। ଏହାକୁ ପୂଜା ସମୟରେ ପଞ୍ଚାମୃତ କରାଯାଇଥାଏ। କହିବାକୁ ଗଲେ ସାଧାରଣତଃ କ୍ଷୀରରେ ୭୫ ଭାଗ ଜଳ ରହିଥାଏ। ଅନ୍ୟାନ୍ୟ ଅଂଶ ଖାଦ୍ୟ ସର ଏବଂ ଖଣିଜ ଲବଣ ରହିଥାଏ।
ଶାସ୍ତ୍ର ଅନୁସାରେ କ୍ଷୀରକୁ ନେଇ ଅନେକ ମାନ୍ୟତା ରହିଛି। ଯେମିତିକି କ୍ଷୀର ହାତରୁ ଖସି ପଡିବା, ହାଣ୍ଡିରୁ କ୍ଷୀର ଉତୁରିବା ଏବଂ ସିକ୍କାରୁ କ୍ଷୀର ଠେକି ଛିଡି ଖସି ପଡିବା। ଏହା ପଛରେ କିଛି ରହସ୍ୟମୟ କଥା ରହିଛି। ତେବେ ଆସନ୍ତୁ ଜାଣିବା, କ୍ଷୀର ଫୁଟାଇବା ସମୟରେ କ୍ଷୀର ଉତୁରି ପଡ଼ିବା ଶୁଭ ନା ଅଶୁଭ।
-ଶାସ୍ତ୍ର ଅନୁଯାୟୀ, ଯଦି କ୍ଷୀର ଉତୁରି ପଡେ ତେବେ ଏହା ଧନ ଏବଂ ସମ୍ମାନ ଉପରେ ସିଧା ସଳକ ପ୍ରଭାବ ପକାଇଥାଏ।
-ଯଦି କ୍ଷୀର ଉତୁରିବା ଆରମ୍ଭ କରେ ତେବେ ଏହା ଘରେ ଝଗଡ଼ା ଏବଂ ବିତର୍କ ସୃଷ୍ଟି କରେ। ବିଶେଷ କରି ଏହାର ପ୍ରଭାବ ପତି ପତ୍ନୀଙ୍କ ସମ୍ପର୍କ ଉପରେ ପଡ଼ିଥାଏ।
-ଶାସ୍ତ୍ର ଅନୁସାରେ, ଯଦି କ୍ଷୀର ଫୁଟିବା ସମୟରେ ତଳେ ପଡ଼ିଯାଏ ତେବେ ଏହାର ଅର୍ଥ ହେଉଛି, ଘର ଉପରେ କୌଣସି ବଡ଼ ସମସ୍ୟା ଆସିବାକୁ ଯାଉଛି।
-କ୍ଷୀର ହାଣ୍ଡିରୁ ଉତୁରିବାର ଅର୍ଥ ଘରେ ଟଙ୍କା ସହ ଜଡ଼ିତ କୌଣସି ବଡ଼ ସମସ୍ୟା ହୋଇପାରେ। ପରିବାରରେ କୌଣସି ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଏବଂ ପରିବାରରେ କୌଣସି ବ୍ୟବସାୟ ଉପରେ ଏହା ଖରାପ ପ୍ରଭାବ ପଡ଼ିବାର ସଙ୍କେତ ଦେଇଥାଏ ।