ଭୁବନେଶ୍ୱର: କିଟ୍ କେଳେଙ୍କାରୀ ନେଇ ବର୍ଷିଲା ଓଡ଼ିଶା ସୂଚନା ଅଧିକାର ଅଭିଯାନ । କାହିଁକି କିଟ୍ ସୂଚନା ଅଧିକାର ଆଇନ ପରିସର ହୋଇନି ପ୍ରଶ୍ନ କଲା ।
ଅଶୋକ ପରିଜା ଆଡଭୋକେଟ ଜେନେରାଲ ଥିବାବେଳେ ପିଟିସନ୍ ହେଲା । ମାତ୍ର ନିଜେ ଆଡଭୋକେଟ୍ ଜେନେରାଲ କିଟ ପାଇଁ ଓକିଲାତି କଲେ ।
ପିଟିସନ ଖାରଜ ହେଲା, କିଟ ସୂଚନା ଅଧିକାରକୁ ଆସିପାରିଲାନି । ଆଡଭୋକେଟ ଜେନେରାଲ ଥାଇ ଶ୍ରୀ ପରିଜା କିପରି କିଟ କୁଳପତି ହେଲେ, ଏହା ଅଫିସ ଅଫ ପ୍ରଫିଟ ନୁହେଁ କି ବୋଲି ପ୍ରଶ୍ନ ଉଠାଇଲେ ।
କିସରେ ଛୋଟ ପିଲା ପଢ଼ୁଥିବାରୁ କାହିଁକି ଜୁଭେନାଇଲ ଆକ୍ଟ ଲାଗୁନି ବୋଲି ପ୍ରଶ୍ନ କଲେ । ଜଙ୍ଗଲ ଜମି ଭଳି ଏକର ଏକର ଜମି ହରିଲୁଟ୍ ହୋଇଛି ।
ସରକାର ଏହି ସଂସ୍ଥାକୁ ନିଜ ଅଧିନକୁ ନେଇଯାଆନ୍ତୁ, ୨ ମହିଳା କର୍ତ୍ତୃପକ୍ଷ ଓ ଅନ୍ୟ ଲୋକଙ୍କ ଉପରେ ତଦନ୍ତ ହେଉ ବୋଲି ଓଡ଼ିଶା ସୂଚନା ଅଧିକାର ପକ୍ଷରୁ କୁହାଯାଇଛି ।