ସାଧାରଣ ଲୋକ ମୋ ଭଗବାନ, ସେମାନଙ୍କ ଅଜାଣତରେ ହୋଇଥିବା ଭୁଲ୍ ପାଇଁ ମୁଁ …

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ପ୍ରଶଂସା କଲେ ମୋଦି । ବ୍ୟବସ୍ଥାରେ ତ୍ରୁଟି ଥିଲେ ମୋତେ କ୍ଷମା କର ।

ନୂଆଦିଲ୍ଲୀ: ସରିଲା କୁମ୍ଭମେଳା । ମେଳାରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସାଙ୍ଗକୁ ସ୍ଥାନୀୟ ଲୋକଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୪୫ ଦିନ ଧରି ଚାଲିଥିବା କୁମ୍ଭମେଳାରେ ୧୪୦ କୋଟି ଦେଶବାସୀଙ୍କ ଆଶା ଓ ବିଶ୍ୱାସ ବୁଡ଼ି ରହିଥିଲା । କୁମ୍ଭମେଳା ବ୍ୟବସ୍ଥାରେ ଯଦି କୌଣସି ତ୍ରୁଟି ରହିଛି ତେବେ ମୋତେ କ୍ଷମା କରି ଦିଅନ୍ତୁ ବୋଲି କହିଛନ୍ତି ମୋଦି ।

ଭୁଲିବିନାହିଁ : ପ୍ରଧାନମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି, ଏତେବଡ଼ ମେଳାର ଆୟୋଜନ କରିବା କୌଣସି ଛୋଟ କଥା ନୁହେଁ । ମୁଁ ଗଙ୍ଗା, ଜମୁନା ଓ ସରସ୍ୱତୀଙ୍କୁ ପ୍ରାର୍ଥନା କରୁଛି, ଯଦି ଆମ ପ୍ରାର୍ଥନାରେ କିଛିଟା ତ୍ରୁଟି ରହିଥିବ ତେବେ ଆମକୁ କ୍ଷମା କରିଦିଅନ୍ତୁ ।
ସାଧାରଣ ଲୋକ ମୋ ପାଇଁ ଭଗବାନ ସଦୃଶ । ସେମାନଙ୍କ ତରଫରୁ ମଧ୍ୟ କିଛି ଭୁଲ୍ ହୋଇଥିଲେ ମୁଁ କ୍ଷମା ମାଗୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମହାକୁମ୍ଭ ପାଇଁ ଯୋଗୀ ସରକାରଙ୍କ ତରଫରୁ ସୁନ୍ଦର ପ୍ରସ୍ତୁତି ହୋଇଥିବା କହିଲେ ମୋଦି । ଏହାସହ କୁମ୍ଭମେଳାକୁ ଆସିବା ନେଇ ଲୋକଙ୍କ ହସ ହସ ଓ ଆବେଗ ଭରା ମୁହଁ ସେ କେବେ ଭୁଲିବେ ନାହିଁ ବୋଲି କହିଛନ୍ତି ।