Railway Recruitment 2025: ରେଲଓ୍ବେରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ଆସନ୍ତାକାଲି ଶେଷ ତାରିଖ

ରେଳବାଇ ନିଯୁକ୍ତି ବୋର୍ଡ (RRB) RRB ଗ୍ରୁପ୍ D ନିଯୁକ୍ତି 2025 ପାଇଁ ଅନଲାଇନରେ ଆବେଦନ ତାରିଖ ବୃଦ୍ଧି ହୋଇଛି । ଆସନ୍ତାକାଲି ଶେଷ ତାରିଖ ରହିଛି ।

ନୂଆଦିଲ୍ଲୀ: ରେଳବାଇରେ 32438 ପଦବୀ ପାଇଁ ଗ୍ରୁପ୍ ଡି ନିଯୁକ୍ତି ପାଇଁ ଆବେଦନ ଜାରି ରହିଛି । ଯେଉଁ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରି ନାହାଁନ୍ତି, ସେମାନେ RRBର ସରକାରୀ ୱେବସାଇଟ୍ www.rrbapply.gov.in ରେ ଆବେଦନ କରିପାରିବେ ।

ରେଳବାଇ ଗ୍ରୁପ୍ ଡି 2025 ନିଯୁକ୍ତିରେ ଆବେଦନ କରିବାର ଶେଷ ତାରିଖକୁ ବୃଦ୍ଧି କରିଛି । ଏବେ 22 ଫେବୃଆରୀ 2025 ପରିବର୍ତ୍ତେ, RRB ଗ୍ରୁପ୍ ଡିରେ ଆବେଦନ 1 ମାର୍ଚ୍ଚ ପର୍ଯ୍ୟନ୍ତ ଗ୍ରହଣ କରାଯିବ । ସେହିପରି ଆବେଦନ ଫି 3 ମାର୍ଚ୍ଚ 2025 ପର୍ଯ୍ୟନ୍ତ ପ୍ରଦାନ କରାଯାଇପାରିବ ।

ଯୋଗ୍ୟତା- ରେଳବାଇର ଏହି ସରକାରୀ ଚାକିରି ନିଯୁକ୍ତିରେ, ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପର୍ଯ୍ୟନ୍ତ ପଢ଼ିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ । ପ୍ରାର୍ଥୀମାନେ ନିଯୁକ୍ତିର ସରକାରୀ ବିଜ୍ଞପ୍ତିରୁ ଯୋଗ୍ୟତା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ବିସ୍ତାର ଭାବରେ ଯାଞ୍ଚ କରିପାରିବେ ।

ବୟସସୀମା- ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ କମ୍ ଏବଂ ସର୍ବାଧିକ ୩୬ ବର୍ଷ ହେବା ଉଚିତ୍ ନୁହେଁ । ତେବେ ମାର୍ଚ୍ଚ 4 ତାରିଖ ପର୍ଯ୍ୟନ୍ତ ଆବେଦନ ଫର୍ମରେ ଭୁଲ ଥିଲେ ସୁଧାରିପାରିବେ ।

ଜେନେରାଲ, ଓବିସି ଏବଂ ଇଡବ୍ଲୁଏସ୍ ବର୍ଗର ପ୍ରାର୍ଥୀମାନଙ୍କୁ ୫୦୦ ଟଙ୍କା ଫି ଦେବାକୁ ପଡିବ । ସେହିପରି ଏସସି, ଏସଟି, ଦିବ୍ୟାଙ୍ଗ ଏବଂ ଇବିସି ବର୍ଗର ପ୍ରାର୍ଥୀଙ୍କୁ 250 ଟଙ୍କା ଦେବାକୁ ପଡିବ । ଆବେଦନ ଶୁଳ୍କ UPI, ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଂ ମାଧ୍ୟମରେ ଦେବାକୁ ହେବ ।