ଶେଷ ହେଲା ଉତ୍ତମଙ୍କ ଶେଷକୃତ୍ୟ, ମୁଖାଗ୍ନି ଦେଲେ ପୁଅ ବାବୁଶାନ୍
ସରିଲା ଉତ୍ତମ ଯୁଗ। ପଞ୍ଚଭୂତରେ ଲୀନ ହେଲେ ଭେଟେରାନ୍ ଆକ୍ଟର ଉତ୍ତମ ମହାନ୍ତି। ମୁଖାଗ୍ନି ଦେଲେ ପୁଅ ବାବୁଶାନ୍।
ଭୁବନେଶ୍ୱର: ଶେଷ ରାସ୍ତାରେ ଦିଗଜ କଳାକାର ଉତ୍ତମ ମହାନ୍ତି। ଗତକାଲି ରାତି ପାଖାପାଖି ୧୧ ଟା ସମୟରେ ଦିଲ୍ଲୀର ବେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି।
ଆଉ ଆଜି ସକାଳୁ ସକାଳୁ ତାଙ୍କର ଶେଷକୃତ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସତ୍ୟନଗର ଶ୍ମଶାନରେ ପଞ୍ଚଭୂତରେ ଲୀନ ହେଲା ଉତ୍ତମଙ୍କ ପ୍ରାର୍ଥୀବ ଶରୀର। ଶେଷକୃତ୍ୟ ବେଳେ ଶ୍ମଶାନରେ ଉପସ୍ଥିତ ଥିଲେ ହଜାର ହଜାର ଉତ୍ତମଙ୍କ ପ୍ରଶଂସକ।
ଏହାସହ ଓଡ଼ିଆ ଇଣ୍ଡଷ୍ଟ୍ରିର ଅନେକ କଳାକାର ମଧ୍ୟ ଶ୍ମଶାନରେ ଉପସ୍ଥିତ ଥିଲେ। ଏବଂ ଶେଷ ଥର ପାଇଁ ଉତ୍ତମଙ୍କ ଦର୍ଶନ କରିବା ପାଇଁ ଲାଗିଥିଲା ପ୍ରବଳ ଗହଳି। କାରଣ ଆଜିଠାରୁ ଆଉ ଉତ୍ତମଙ୍କ ମୁହଁ ଦେଖାଯିବନି। କି ତାଙ୍କ ନିଖୁଣ ଅଭିନୟ ମଧ୍ୟ ନୁହେଁ।
ମୁଖାଗ୍ନି ଦେଲେ ପୁଅ: ତେବେ ଉତ୍ତମଙ୍କ ଶେଷ କାର୍ଯ୍ୟକ୍ରମ ସରିଛି। ଆଉ ସତ୍ୟନଗର ଶ୍ମଶାନରେ ସମସ୍ତ କାର୍ଯ୍ୟକ୍ରମ ଶେଷ ହୋଇଛି। ଆଉ ଉତ୍ତମଙ୍କ ଶେଷ ସମୟରେ ମୁହଁରେ ନିଆଁ ଦେଇଛନ୍ତି ପୁଅ ବାବୁଶାନ ମହାନ୍ତି।
ଏହାସହ ସରିଯାଇଛି ଉତ୍ତମ ଯୁଗ। ପଞ୍ଚଭୂତରେ ଲୀନ ହୋଇସାରିଛନ୍ତି ଉତ୍ତମ। ମନରେ ଅନେକ କୋହକୁ ଚାପି ଧରି ବାପିଙ୍କୁ ଶେଷ ବିଦାୟ ଦେଇଛନ୍ତି ପୁଅ ବାବୁଶାନ। ଏବଂ ମୁଖାଗ୍ନି ଦେଇ ନିଜର କର୍ତ୍ତବ୍ୟ କରିଛନ୍ତି।